ଭୁବନେଶ୍ବର (ଆମ ଟିଭି): ନାଇଟ୍ ସିଫ୍ଟରେ କାମ କରିବା ଆଜିର ଆଧୁନିକ ଜୀବନର ଏକ ଅଂଶ ହୋଇପାରିଛି। ଆଇଟି, ହେଲ୍ଥ କେୟାର, ମିଡିଆ, କଲ୍ ସେଣ୍ଟର ଓ ଶିଳ୍ପ କ୍ଷେତ୍ରରେ ଲକ୍ଷାଧିକ ଲୋକ ରାତିରେ କାମ କରୁଛନ୍ତି। କିନ୍ତୁ ଏହି ପ୍ରକାର କାମ ଶରୀରର ପ୍ରାକୃତିକ ଜୀବନ ଘଡ଼ି (Biological Clock) କୁ ବିଗାଡ଼ିଦେଇ ଧୀରେ ଧୀରେ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପକାଏ।
*1. ମସ୍ତିଷ୍କ ଓ ମାନସିକ ସ୍ୱାସ୍ଥ୍ୟ*
ରାତିରେ ନିଦ୍ରା ନ ହେବାରୁ ମସ୍ତିଷ୍କ ପୂରାପୂରି ବିଶ୍ରାମ ପାଉନଥାଏ ତେଣୁ ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା ହେବା ସା ଚିଡ଼ଚିଡ଼ାପଣ ଓ ମନୋଭାବର ପରିବର୍ତ୍ତନ ଦେଖା ଯାଇଥାଏ।
*2. ହରମୋନ୍ ଓ ମେଟାବଲିଜିମ୍*
ଶରୀରର ହରମୋନ୍ ସନ୍ତୁଳନ ନିଦ୍ରା ଉପରେ ନିର୍ଭର କରେ।ମେଲାଟୋନିନ୍ ଓ କର୍ଟିସଲ୍ ହରମୋନ୍ ର ଅସନ୍ତୁଳନ ଯୋଗୁଁ ଭୋକ ବଢ଼ିଯିବା,ଅସ୍ବାସ୍ଥ୍ୟକର ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିଥାଏ
ଏହାର ପରିଣାମରେ ଓଜନ ବୃଦ୍ଧି ଓ ମେଦବହୁଳତା (Obesity) ଦେଖାଦେଇପାରେ।
*3. ହୃଦ୍ରୋଗର ବିପଦ*
ଲଗାତାର ନିଦ୍ରାଭାବ ଓ ଷ୍ଟ୍ରେସ୍ ହୃଦୟ ଉପରେ ପ୍ରଭାବ ପକାଏ।
ରକ୍ତଚାପ ବୃଦ୍ଧି,ହୃଦ୍ସମ୍ବନ୍ଧୀୟ ରୋଗର ଆଶଙ୍କା ,ଭବିଷ୍ୟତରେ ହୃଦ୍ଘାତ (Heart Attack) ହେବାର ଆଶଙ୍କା ବଢ଼ିଯାଏ ।
* 4. ପାଚନତନ୍ତ୍ର ଉପରେ ପ୍ରଭାବ*
ଅନିୟମିତ ସମୟରେ ଭୋଜନ କରିବା ଓ ରାତିରେ ଭାରୀ ଖାଦ୍ୟ ଖାଇବାରୁ –ଏସିଡିଟି,ଗ୍ୟାସ୍,ଅଜିର୍ଣ୍ଣ,ପେଟର ଅସୁବିଧା,ଦୀର୍ଘକାଳରେ ମେଟାବଲିକ୍ ରୋଗ ହେବାର ବିପଦ ବଢ଼େ।
*5. ରୋଗପ୍ରତିରୋଧକ ଶକ୍ତି କମିଯିବା*
ପର୍ଯ୍ୟାପ୍ତ ନିଦ୍ରା ନ ହେଲେ ଇମ୍ୟୁନିଟି କମିଯାଏ,ସହଜରେ ସର୍ଦି-ଜ୍ୱର ବା ଅନ୍ୟ ରୋଗ ହୋଇପାରେ,ଶରୀର ଥକ୍କା ଓ ଅଳସ୍ୟ ଲାଗିଥାଏ .
*ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ପାଇଁ ସାବଧାନତା*
ଦିନରେ ନିଦ୍ରା ପାଇଁ ଶାନ୍ତ ଓ ଅନ୍ଧାର ଘର ବ୍ୟବସ୍ଥା କରନ୍ତୁ,ସ୍ୱାସ୍ଥ୍ୟକର ଖାଦ୍ୟ – ଫଳ, ସବ୍ଜି, ପ୍ରୋଟିନ୍ ଖାନ୍ତୁ,କେଫିନ୍ ଓ ଜଙ୍କ ଫୁଡ୍ କମ କରନ୍ତୁ,ପ୍ରତିଦିନ ହଳୁକା ବ୍ୟାୟାମ କରନ୍ତୁ,ପର୍ଯ୍ୟାପ୍ତ ପାଣି ପିଅନ୍ତୁ,ସମ୍ଭବ ହେଲେ ଏକ ନିୟମିତ ସ୍ଲିପ୍ ସ୍କେଡ୍ୟୁଲ୍ ରଖନ୍ତୁ।