ନୂଆଦିଲ୍ଲୀ (ଆମ ଟିଭି): ନ୍ୟୁୟର୍କରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆର୍ୟଲାଣ୍ଡରେ ଜରୁରୀ ଅବତରଣ କରିଛି । ଏୟାର ଇଣ୍ଡିଆ ବିମାନ ନ୍ୟୁୟର୍କରୁ ଦିଲ୍ଲୀକୁ ଉଡ଼ାଣ ଭରିଥିଲା । ବିମାନଟି ସ୍ଥାନୀୟ ସମୟ ଭୋର୍ ୪:୩୦ ରେ ଶାନନ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।
ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି, ମାର୍ଚ୍ଚ ୧୫ ତାରିଖରେ, ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନ ଏଆଇ-୧୦୨ କୁ ଆୟର୍ଲାଣ୍ଡର ଶାନନକୁ ସ୍ଥାନାନ୍ତର କରାଯାଇଥିଲା । ବିମାନଟି ସ୍ଥାନୀୟ ସମୟ ଭୋର୍ ୪:୩୦ ରେ ଶାନନ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।
ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଆମେ ଆମର ଯାତ୍ରୀ ଏବଂ କର୍ମଚାରୀଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଶାନନ୍ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଏଜେନ୍ସିଗୁଡ଼ିକ ସହିତ ଯୋଗାଯୋଗରେ ରହିଛନ୍ତି ।
ସେପଟେ ଥିରୁଅନନ୍ତପୁରମରୁ ଦୁବାଇ ଯିବାକୁ ଥିବା ଏମିରେଟ୍ସ ବିମାନ ଉଡ଼ାଣ ଦୁବାଇ ବିମାନବନ୍ଦର ପରିସ୍ଥିତି ଜାଣିବା ପରେ ଅଧାରୁ ଫେରିଆସିଥିବା ସୂଚନା ମିଳିଛି ।