ନିସ୍‌ର ବାର୍ଷିକ ଉତ୍ସବ ଡ୍ରିମଫେଷ୍ଟ – ୨୦୨୬*

0

ଭୂବନେଶ୍ଵର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ତ୍ରିମଫେଷ୍ଟ -୨୦୨୬ ଦୀର୍ଘ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଉତ୍କଳ

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଜଜ୍ଞେଶ୍ଵର ଦଣ୍ଡପାଟ ମୁଖ୍ୟ ଅତିଥି, ଜିନ୍ଦଲ ଷ୍ଟିଲ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ହୋତା ମୁଖ୍ୟବକ୍ତା, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଓଏସଡି ଶ୍ରୀଯୁକ୍ତ ସମରେନ୍ଦ୍ର ଭୂତିଆ ଓ ପୂର୍ବତନ ବିଧାୟକ-ତଥା-ପ୍ରେରଣା ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ଯଥାକ୍ରମେ

ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ନିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେବା ସହିତ ଦୀର୍ଘ ୨୬ ବର୍ଷର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର

ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହପ୍ରତିଷ୍ଠାତ୍ରୀ

ପ୍ରଫେସର ସ୍ମୃତିସୁଧା ନାୟକ, ଟ୍ରଷ୍ଟି ଶ୍ରୀଯୁକ୍ତ ସାଇସମ୍ବିତ ନାୟକ, ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେସ ସାଇଁ, ଜଏଣ୍ଟ ରେଜିଷ୍ଟ୍ରାର ଡକ୍ଟର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପିତାମର ଚୟନୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ବଲିଉଡ଼ର ଗୀତିକାର ନୀରଜ ବକ୍ସି ଓ ସୁସ୍ମିତା

ମଲ୍ଲିକଙ୍କ ଡ୍ୟାନ୍ସ ଗ୍ରୁପ ଦ୍ବାରା ପରିବେଷଣ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା ।

Leave A Reply

Your email address will not be published.