ଥିଏଟରରେ “ଧୁରନ୍ଧର ୨”,ବକ୍ସଅଫିସ ରେ ଦିନକୁ ଦିନ ଭାଙ୍ଗୁଛି ସବୁ ରେକର୍ଡ

0

ଆକ୍ସନ ଥ୍ରୀଲର ଫିଲ୍ମ ‘ଧୁରନ୍ଧର ୨। ଫିଲ୍ମର ନାଁ ଯେପରି କାହାଣୀ ବି ସେମିତି । ବକ୍ସଅଫିସ ରେ ଦିନକୁ ଦିନ ଭାଙ୍ଗୁଛି ସବୁ ରେକର୍ଡ।୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା ଏହି ଫିଲ୍ମ । ବର୍ତ୍ତମାନ ଫିଲ୍ମ ସାରା ବିଶ୍ୱରେ ଚହଳ ପକାଇଛି ।‘ଧୁରନ୍ଧର ୨’ ରିଲିଜର ତୃତୀୟ ଦିନ ଅର୍ଥାତ୍ ଶନିବାର ଭାରତରେ ୧୧୩ କୋଟି ଟଙ୍କା ଆୟ କରିଛି । ଫିଲ୍ମର ପେଡ୍ ପ୍ରିଭ୍ୟୁ ସମେତ ତିନି ଦିନରେ ଫିଲ୍ମର ମୋଟ କଲେକ୍ସନ ହୋଇଛି ୩୩୯.୨୭ କୋଟି ଟଙ୍କା । ତୃତୀୟ ଦିନର ଆୟରେ ଜବାନ, ବାହୁବଳୀ ୨ ଓ ଦଙ୍ଗଲ ଭଳି ବଡ଼ ଫିଲ୍ମକୁ ପଛରେ ପକାଇ ଦେଇଛି ।

‘ଧୁରନ୍ଧର ୨’ ଏପର୍ଯ୍ୟନ୍ତ ବିଦେଶରେ ପାଖାପାଖି ୯୬.୫୦ କୋଟି ଟଙ୍କା ରୋଜଗାର କରିସାରିଛି, ଯେଉଁ କାରଣରୁ ସାରା ବିଶ୍ୱରେ ଫିଲ୍ମର ମୋଟ କଲେକ୍ସନ ହୋଇଯାଇଛି ୫୦୧.୦୪ କୋଟି ଟଙ୍କା ।

ତୃତୀୟ ଦିନରେ ୨୦,୯୧୭ଟି ଶୋ’ରେ ଫିଲ୍ମର ୮୧.୬% ଅକ୍ୟୁପାନ୍ସି ରହିଥିଲା । ହିନ୍ଦୀ ଭର୍ସନ ୧୦୫ କୋଟି ସହିତ ସର୍ବାଧିକ ଆୟ କରିଥିଲା । ତେଲୁଗୁରେ ୫ କୋଟି ଏବଂ ତାମିଲରେ ୨.୯୫ କୋଟିର କଲେକ୍ସନ ହୋଇଥିଲା । ଧୁରନ୍ଧର ୨ ତୃତୀୟ ଦିନରେ ବକ୍ସ ଅଫିସରେ ଶାନଦାର ରୋଜଗାର ସହିତ ୭ଟି ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି ।

ଧୁରନ୍ଧର ୨ରେ ରଣବୀର ସିଂଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଏବଂ ଆର. ମାଧବନ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ଅଛନ୍ତି ଆଦିତ୍ୟ ଧର । ଜ୍ୟୋତି ଦେଶପାଣ୍ଡେ, ଲୋକେଶ ଧର ଏବଂ ଆଦିତ୍ୟ ଧର ମିଳିତ ଭାବରେ ଫିଲ୍ମଟିକୁ ପ୍ରଯୋଜନା କରିଛନ୍ତି ।

Leave A Reply

Your email address will not be published.