ଭାରତରେ ବ୍ୟାନ ହେବ ଚାଇନିଜ ବ୍ରାଣ୍ଡ CCTV କ୍ୟାମେରା, ଏପ୍ରିଲ ୧ରୁ ଲାଗିବ କଟକଣା

0

ଭାରତରେ ବ୍ୟାନ ହେବ ଚାଇନିଜ ବ୍ରାଣ୍ଡ CCTV କ୍ୟାମେରା । ଆସନ୍ତା ଏପ୍ରିଲ ୧ରୁ ଚାଇନିଜ୍ ବ୍ରାଣ୍ଡ CCTV କ୍ୟାମେରା ବିକ୍ରି ଉପରେ ଲାଗିବ କଟକଣା । Hikvision, TP-Link ଓ Dahua ଭଳି ଚାଇନିଜ୍ ବ୍ରାଣ୍ଡର CCTV କ୍ୟାମେରା ବିକ୍ରି ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ଭାରତ ସରକାର । ଇଣ୍ଟରନେଟ୍ ରେ ଚାଲୁଥିବା ସମସ୍ତ CCTV କ୍ୟାମେରା ପାଇଁ STQC ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏହି ଚାଇନିଜ୍ କମ୍ପାନୀଗୁଡ଼ିକୁ ଏହି ସାର୍ଟିଫିକେଟ୍ ମିଳିନାହିଁ । ଜାତୀୟ ସୁରକ୍ଷା ଓ ତଥ୍ୟ ଚୋରିକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ବିଶେଷ କରି ଚାଇନିଜ୍ ଚିପସେଟ୍ ବ୍ୟବହାର କରୁଥିବା କ୍ୟାମେରା ଗୁଡ଼ିକ ଉପରେ ଏହି ବ୍ୟାନ ଲାଗୁ ହେବ । ଅଧିକାଂଶ ଚାଇନିଜ୍ IP କ୍ୟାମେରା ଗୁଡ଼ିକ ‘କ୍ଲାଉଡ୍ ସର୍ଭର’ ସହ ସଂଯୁକ୍ତ ଥାଏ । ଅଭିଯୋଗ ହୋଇଛି ଯେ, ଏହି କ୍ୟାମେରାର ଭିଡିଓ ଏବଂ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଚାଇନାରେ ଥିବା ସର୍ଭରକୁ ପଠାଯାଇଥାଏ । ଏହାଦ୍ୱାରା ଭାରତର ଘରୋଇ ତଥ୍ୟ ଏବଂ ସରକାରୀ ଅଫିସର ଦୃଶ୍ୟ ବିଦେଶୀ ସଂସ୍ଥା ପାଖରେ ପହଞ୍ଚିବାର ଭୟ ରହିଛି । ଅପରପକ୍ଷେ ଏହି କ୍ୟାମେରାର ବ୍ୟାକ୍ ଡୋର ଆସେସ୍ ନେଇ ଭୟ ରହିଛି । ବ୍ୟାକ୍ ଡୋର’ ହେଉଛି କ୍ୟାମେରା ସଫ୍ଟୱେୟାରରେ ଥିବା ଏକ ଗୁପ୍ତ ରାସ୍ତା ।

ହ୍ୟାକର କିମ୍ବା ବିଦେଶୀ ଏଜେନ୍ସିମାନେ ଆପଣଙ୍କ ପାସୱାର୍ଡ ନ ଜାଣି ମଧ୍ୟ ଏହି ଗୁପ୍ତ ରାସ୍ତା ଦେଇ କ୍ୟାମେରାକୁ ନିୟନ୍ତ୍ରଣ କରିପାରିବେ। ଏହାସହ ଆପଣଙ୍କ ଉପରେ ନଜର ରଖିପାରିବେ । ଚୀନର ୨୦୧୭ ଜାତୀୟ ଗୁପ୍ତଚର ଆଇନ ଅନୁସାରେ, ସେଠାକାର ପ୍ରତିଟି କମ୍ପାନୀ ସରକାରଙ୍କୁ ଗୁପ୍ତଚରୀ କାମରେ ସାହାଯ୍ୟ କରିବାକୁ ବାଧ୍ୟ । ଯେହେତୁ Hikvision ଏବଂ Dahua ଭଳି କମ୍ପାନୀଗୁଡ଼ିକରେ ଚାଇନା ସରକାରଙ୍କ ଅଂଶଧନ ଅଛି । ତେଣୁ ସେମାନେ ଭାରତର ସମ୍ବେଦନଶୀଳ ସୂଚନା ସେଠାକାର ସରକାରଙ୍କୁ ଦେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.