ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ୍ ବୈଠକ

0

ଭୁବନେଶ୍ୱର (ଆମ ଟିଭି): ଆଉ ଦିନକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ । ଆସନ୍ତା ୨୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିନକ ପରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ଅପରାହ୍ନ ସାଢ଼େ ୫ଟାରେ ଏହି ବୈଠକ ବସିବ । ୨୨ ତାରିଖରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ତେବେ ଦେଖାଯାଉ କେଉଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି ମିଳୁଛି ।

Leave A Reply

Your email address will not be published.