ଭଗୱନ୍ତ ମାନ୍ ମଦ୍ୟାପାନ କରି ବିମାନରେ ଚଢିବା ପ୍ରସଙ୍ଗ: ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

0

ନୂଆଦିଲ୍ଲୀ (ଆମ ଟିଭି): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଦ୍ୟପାନ କରି ବିମାନରେ ଚଢିବା ଘଟଣା ଏବେ ପଞ୍ଜାବ ରାଜନୀତିକୁ ଚଳଚଞ୍ଚଳ କରିଛି । ଯାହାକୁ ନେଇ ଏବେ ପଞ୍ଜାବରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାରି ଭିତରେ ଏହି ଘଟଣାର ସତ୍ୟାସତ୍ୟ କେତେ? ତାହାର ତାହାର ତଦନ୍ତ କରିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ମୁଖ୍ୟମନ୍ତ୍ରୀ ମାନ୍ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନରେ ମଦ୍ୟପାନ କରି ଚଢ଼ି ଥିବାରୁ ଜର୍ମାନର ଫ୍ରାଙ୍କ୍ଫର୍ଟ ବିମାନବନ୍ଦରରୁ ତଡ଼ା ଖାଇଛନ୍ତି ବୋଲି ଗତକାଲି ଏକ ଖବର ପ୍ରକାଶ ପାଇଥିଲା। ଏହାର ସତ୍ୟତା ଜାଣିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯାଞ୍ଚ୍ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୋତିରାଦିତ୍ୟା ସିନ୍ଦିୟା କହିଛନ୍ତି। ସେ କହିଛନ୍ତି ଯେ ‘ଘଟଣାଟି ଅନ୍ତର୍ଜାତୀୟ ମାଟିରେ ଘଟିଛି। ଯାଞ୍ଚ୍ କରି ଆମେ ପ୍ରଥମେ ନିଶ୍ଚିତ ହେବୁ। ସଠିକ୍ ତଥ୍ୟ ପ୍ରଦାନ କରିବା ଲୁଫ୍ଥାଞ୍ଜା ଏୟାରଲାଇନ୍ସ ଉପରେ ନିର୍ଭର କରେ। ମୋ ପାଖକୁ ଆସିଥିବା ଅନୁରୋଧକୁ ଆଧାର କରି ମୁଁ ନିଶ୍ଚିତ ଭାବେ ଏହାର ତଦନ୍ତ କରିବି।’

ଫ୍ରାଙ୍କ୍ଫର୍ଟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିବା ବିମାନରୁ ମଦ୍ୟପାନ କରିଥିବା କାରଣକୁ ନେଇ ଭଗୱନ୍ତ ମାନ୍ଙ୍କୁ ତଡ଼ି ଦିଆଯାଇଥିବା ଖବରଟି ପ୍ରକାଶ ପାଇବା ପରେ ଏହା ରାଜନୈତିକ ମହଲରେ ଏକ ଝଡ଼ ସୃଷ୍ଟି କରିଛି। ଭଗୱନ୍ତ ମାନ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିବାରୁ ଲୁଫ୍ଥାଞ୍ଜା ଏୟାରଲାଇନ୍ସ ତାଙ୍କୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ସିରୋମଣି ଅକାଲି ଦଳ ଓ ପଞ୍ଜାବ କଂଗ୍ରେସ କରିଥିଲେ। ଏପରିକି ଭଗୱନ୍ତ ମାନଙ୍କ ପାଇଁ ବିମାନଟି ୪ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବା ଖବର ବି ପ୍ରକାଶ ପାଇଥିଲା। ମାତ୍ର ଲୁଫ୍ଥାଞ୍ଜା ଏୟାରଲାଇନ୍ସ ପରବର୍ତ୍ତୀ ସମୟରେ ଏହି ଖବରକୁ ଅସ୍ବୀକାର କରି ବିଳମ୍ବିତ ବିମାନ ଉଡ଼ାଣ ଓ ବିମାନ ପରିବର୍ତ୍ତନ ହେତୁ ଉଡ଼ାଣରେ ବିଳମ୍ବ ହୋଇଥିଲା ବୋଲି ସ୍ପଷ୍ଟୀକରଣ ଦେଇଥିଲା।

 

Leave A Reply

Your email address will not be published.