ମୁମ୍ବାଇରେ ଓଡ଼ିଆ ଫିଲ୍ମର ରାଜ୍‌

0

ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ଗର୍ବର ବିଷୟ । ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ INCA ଆୱାର୍ଡ୍ସରେ ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି । ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ INCA ଉତ୍ସବରେ ବଲିଉଡ୍ ଓ ସାଉଥ୍ ତାରକାଙ୍କ ଗହଣରେ ପୁରସ୍କୃତ ହେଲା ଓଡ଼ିଆ ଫିଲ୍ମ ।

 

ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜି ଜାତୀୟ ସ୍ତରରେ ଏକ ନୂଆ ଇତିହାସ ରଚିଛି । ୨୦୨୫ ମସିହାର ସାରା ଦେଶର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ‘ବୋଉ ବୁଟୁ ଭୂତ’କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ଏହି ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ସିନେମାର ବହୁ ନାମୀଦାମୀ କଳାକାର ଓ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ସେମାନଙ୍କ ଗହଣରେ ଓଡ଼ିଆ କଳା ଓ ସଂସ୍କୃତିର ଏହି ବିଜୟ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।

 

ଏହି ସଫଳତା ପାଇଁ ସିନେମାର ସମଗ୍ର ଟିମ୍‌କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା କେବଳ ଏକ ସିନେମାର ବିଜୟ ନୁହେଁ, ବରଂ ଓଡ଼ିଆ କାହାଣୀର ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି କୁହାଯାଉଛି ।

Leave A Reply

Your email address will not be published.