ପଛରେ ପଡିଲେ ଏମ୍. କେ. ଷ୍ଟାଲିନ୍
ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ୧୬ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଟିଭିକେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୦୪୮ ଭୋଟରେ ପଛରେ ଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ପ୍ରାୟ ୬୦ ବର୍ଷ ଧରି ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ପ୍ରାଧାନ୍ୟ ବିସ୍ତାର କରିଥିବା ଡିଏମ୍କେ ଏବଂ ଏଆଇଏଡିଏମକେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛନ୍ତି।
ଅନ୍ୟପକ୍ଷେ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥାଲାପତିଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ନିର୍ୱାଚନ ମଇଦାନ ଆଗରେ ରହିଛି। ଉଲ୍ଲେଖଯୋଗ୍ୟ, ଏହି ଚମତ୍କାର ପ୍ରଦର୍ଶନ ପରେ, ଜନ ସୂରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ଆଲୋଚନାର ବିଷୟ ପାଲଟିଛନ୍ତି।