ମାତ୍ର ୯,୯୯୯ ଟଙ୍କାରେ ପାଆନ୍ତୁ iPhone ଭଳି ଲୁକ୍‌ର ଫୋନ୍

0

ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ ହୋଇଛି ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ itel Zeno 200। କମ୍ ଦାମରେ iPhone ଭଳି ପ୍ରିମିୟମ୍ ଲୁକ୍ ଓ ଜବରଦସ୍ତ ଫିଚର୍ସ ସହ ଆସିଥିବା ଏହି ଫୋନ୍ ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କଥା ହେଉଛି, ଏହି ଫୋନ୍ ନେଟୱାର୍କ ନଥିବା ଅଞ୍ଚଳରେ ମଧ୍ୟ କଲିଂ ସୁବିଧା ଦେବାର କ୍ଷମତା ରଖିଛି।
itel ପକ୍ଷରୁ ଲଞ୍ଚ ହୋଇଥିବା ଏହି ସ୍ମାର୍ଟଫୋନ୍‌ରେ ରହିଛି ୬.୭୫ ଇଞ୍ଚର HD+ IPS ଡିସପ୍ଲେ। DTS-ପାୱାର୍ଡ ସାଉଣ୍ଡ ଟେକ୍ନୋଲୋଜି ସହ MIL-STD-810H ମିଲିଟ୍ରି ଗ୍ରେଡ୍ ଡ୍ୟୁରେବିଲିଟି ଥିବାରୁ ଫୋନ୍‌ଟି ଦୃଢ଼ ଏବଂ ଆକର୍ଷଣୀୟ ହୋଇପାରିଛି। ସେହିପରି IP65 ରେଟିଂ ଥିବାରୁ ଏହା ଧୂଳି ଓ ପାଣିରୁ ମଧ୍ୟ ସୁରକ୍ଷିତ ରହିବ।

ଫୋନ୍‌ଟିରେ Unisoc T7250 ପ୍ରୋସେସର୍ ବ୍ୟବହାର କରାଯାଇଥିବା ବେଳେ ଏଥିରେ ୪GB RAM ଓ ୧୨୮GB ଷ୍ଟୋରେଜ୍ ସୁବିଧା ମିଳୁଛି। RAM କୁ ୮GB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରିହେବ ଓ microSD କାର୍ଡ ମାଧ୍ୟମରେ ଷ୍ଟୋରେଜ୍ ବଢ଼ାଇବାର ବ୍ୟବସ୍ଥା ମଧ୍ୟ ରହିଛି।କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ଫୋନ୍‌ରେ LED ଫ୍ଲାଶ୍ ସହ ୧୩MP ରିୟର କ୍ୟାମେରା ଓ ୫MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏହା ଉପଯୋଗୀ ହେବ ବୋଲି କମ୍ପାନୀ କହିଛି।

ସେହିପରି ୫,୦୦୦mAh ବ୍ୟାଟେରୀ ଓ 15W ଫାଷ୍ଟ ଚାର୍ଜିଂ ସୁବିଧା ଫୋନକୁ ଆହୁରି ଶକ୍ତିଶାଳୀ କରିଛି। Android 15 Go ଅପରେଟିଂ ସିଷ୍ଟମରେ ଚାଲୁଥିବା ଏହି ଫୋନ୍‌ରେ AI ଫିଚର୍ସ ସହ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଓ ଫେସ୍ ଅନଲକ୍ ସୁବିଧା ମଧ୍ୟ ରହିଛି।

କନେକ୍ଟିଭିଟି ପାଇଁ ଏଥିରେ WiFi, 4G, IR ବ୍ଲାଷ୍ଟର ଓ USB Type-C ପୋର୍ଟ ମିଳୁଛି। ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି, ଏହି ଫୋନ୍ ବିନା ନେଟୱାର୍କ ଅଞ୍ଚଳରେ ମଧ୍ୟ କଲିଂ ସପୋର୍ଟ କରିବାକୁ ସକ୍ଷମ ବୋଲି କମ୍ପାନୀ ଦାବି କରିଛି।
ମାତ୍ର ୯,୯୯୯ ଟଙ୍କାରେ ଲଞ୍ଚ ହୋଇଥିବା ଏହି ଫୋନ୍‌ଟି ୪GB RAM + ୧୨୮GB ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ହେବ। Comet Orange, Meteor Titanium ଓ Nighty Blue ଭଳି ତିନୋଟି ଆକର୍ଷଣୀୟ ରଙ୍ଗରେ ଏହାକୁ କିଣିପାରିବେ ଗ୍ରାହକ।

କମ୍ ଦାମରେ ପ୍ରିମିୟମ୍ ଲୁକ୍ ଓ ଦମଦାର୍ ଫିଚର୍ସ ଚାହୁଁଥିବା ଗ୍ରାହକଙ୍କ ପାଇଁ itel Zeno 200 ଏକ ଭଲ ବିକଳ୍ପ ହୋଇପାରେ।

Leave A Reply

Your email address will not be published.