ତାମିଲନାଡୁ : ବିଜୟଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବଡ଼ ଘୋଷଣା କଲେ ଥାଲାପତି ବିଜୟ । ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଫୋର୍ସ ଫାଇଲ ଉପରେ ସାଇନ୍ କରିଛନ୍ତି ବିଜୟ । ଏହା ସହ ସ୍ୱତନ୍ତ୍ର ନିଶା ନିବାରଣ ଟାସ୍କ ଫୋର୍ସ ଗଠନ ହେବ । ପ୍ରତି ଜିଲ୍ଲାରେ ହେବ ଆଣ୍ଟି ଡ୍ରଗ ୟୁନିଟ ଗଠନ ।
ସୂଚନାଯୋଗ୍ୟ, ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।