ଆଜି ଆକାଶରେ ଦେଖାଯିବ ବ୍ଲୁ ମୁନ୍
ଆଜି ଆକାଶରେ ଦେଖାଯିବ ବ୍ଲୁ ମୁନ୍ । ଆଜି ଆକାଶରେ ସବୁଦିନ ଭଳି ଉଜ୍ଜଳ ଧଲା ଜହ୍ନ ହିଁ ଦେଖାୟିବ । ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ ଭାବେ ନାମିତ କରାଯାଏ । ଯାହାର ରଙ୍ଗ ସହିତ କୌଣସି ସମ୍ପର୍କ ନାହିଁ । ଏହା କେବଳ ଏକ ନାମକରଣ ଯାହାକି କ୍ୟାଲେଣ୍ଡର ମାସରେ ଦ୍ବିତୀୟ ପୂର୍ଣ୍ଣିମାକୁ ବାଖ୍ୟା କରିବା ପାଇଁ ବ୍ୟବହୃତ ହୁଏ । ଏହା ଏକ ବିରଳ ଘଟଣା ହୋଇଥିବାରୁ ଏଭଳି ନାମକରଣ କରାଯାଇଛି ।
ଆଜି ସନ୍ଧ୍ୟାଠାରୁ ସାରା ରାତି ପୂର୍ଣ୍ଣିମା ଜହ୍ନ ଦେଖାଯିବ। ଏହି ଜହ୍ନ ପୃଥିବୀଠାରୁ ଦୂରରେ ଥିବା ଅବସ୍ଥାରେ ଘଟୁଥିବାରୁ ଆକାଶରେ ପୂର୍ଣ୍ଣିମା ଜହ୍ନ ଅପେକ୍ଷାକୃତ ଛୋଟ ଦେଖାଯିବ। ଏହାକୁ ଇଂରାଜୀରେ ମାଇକ୍ରୋ ମୁନ୍ କୁହାଯାଏ । ଆକାଶ ମେଘମୁକ୍ତ ରହିଲେ ଏହା ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ । ଏପରି ବ୍ଲୁ ମୁନ୍ ଶେଷଥର ୨୦୨୩ ଅଗଷ୍ଟ ୩୧ ତାରିଖରେ ଘଟିଥିଲା । ପରବର୍ତ୍ତୀ ବ୍ଲୁ ମୁନ୍ ୨୦୨୮ ଡିସେମ୍ବର ୩୧ରେ ପଡିବ ।