ବିଜେଡି ସରକାର ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା: କହିଲେ ଏପରି କଥା?

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ପୂର୍ବରୁ ଆଜି ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ସାଧାରଣ ନିର୍ବାଚନ ପାଇଁ ଆଜି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜେପି ନଡ୍ଡା ଜନତା ମଇଦାନରୁ ବିଗୁଲ ବଜାଇଛନ୍ତି । ଶକ୍ତି କେନ୍ଦ୍ର କାର୍ୟ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ଆଜି ନଡ୍ଡା କହିଛନ୍ତି ଯେ ଆମେ ବିଶ୍ୱର ସବୁଠାରୁ ବଡ ଦଳ, ଏତେ ବଡ ଦଳ ଦୁନିଆରେ ନାହିଁ । ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାରକୁ ଛାଡ଼ିନାହିଁ । ସେହିପରି କଂଗ୍ରେସକୁ ସମାଲୋଚନା କରିବାକୁ ଭୁଲିନାହାନ୍ତି ନଡ୍ଡା । ସେ କହିଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସରେ ନା ଜାତୀୟ ଅଛି ନା ଭାରତୀୟ ଅଛି । କଂଗ୍ରେସ ଏବେ ଭାଇ-ଭଉଣୀଙ୍କ ପାର୍ଟିରେ ପରିଣତ ହୋଇଯାଇଛି ।

ସେହିପରି କେବଳ କଂଗ୍ରେସ ନୁହେଁ ଦେଶର ଅନ୍ୟ ବିରୋଧୀ ଦଳର ପରିବାର ରାଜନୀତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ନଡ୍ଡା । ଫାରୁକ ଅବଦୁଲ୍ଲା, ଲାଲୁ ଯାଦବ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେସିଆର ସମସ୍ତଙ୍କର ପରିବାର ପାର୍ଟି ଚାଲିଛି । ଓଡ଼ିଶାରେ ବି ପରିବାର ପାର୍ଟି ଚାଲିଛି ଜ୍ଝ ଏଠାରେ ବିଜୁଙ୍କର ପାର୍ଟି ଚାଲିଛି । କେବଳ ବିଜେପି ପରିବାର ପାର୍ଟି ନୁହେଁ ବିଚାରର ପାର୍ଟି ।ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ଯେ ଓଡିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡିଥିବା ସରକାର। ଏହି ସରକାରକୁ ଉପାଡି ଫିଙ୍ଗିଦେବାର ସମୟ ଆସିଛି ।

ଆୟୁଷ୍ମାନ ଭାରତ ଯୋଜନାରୁ ୫୦ ଲକ୍ଷ ଓଡ଼ିଆ ବଂଚିତ ହୋଇଛନ୍ତି । ମନରେଗାରେ ଏଠି ଜାଲ ବିଲ ଚାଲିଛି । ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର ଜ୍ଝ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନଡ୍ଡା କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଏଠି ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରତ୍ନଭଣ୍ଡାର ଚାବି ମିଳିଲା ନାହିଁ ପରେ ଡୁପ୍ଲିକେଟ ଚାବି ମିଳିଲା । ସରକାର ଯେହେତୁ ଡୁପ୍ଲିକେଟ ତେବେ ଚାବି ବି ଡୁପ୍ଲିକେଟ ହେବ ।

Leave A Reply

Your email address will not be published.