ରଜରେ ଦର୍ଶକଙ୍କୁ ଥ୍ରିଲ୍ ଦେବ ‘ଶିକାର’, ଟ୍ରେଲରରେ ମିଳିଲା ଜବରଦସ୍ତ ପ୍ରତିକ୍ରିୟା*

0

ରଜ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆସୁଛି ଏକ ନୂଆ କ୍ରାଇମ୍ ଥ୍ରିଲର ଫିଲ୍ମ ‘ଶିକାର’। ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଠାରେ ଆୟୋଜିତ ଟ୍ରେଲର ରିଲିଜ୍ ଉତ୍ସବରେ ଫିଲ୍ମର ଦମଦାର ଟ୍ରେଲର ଲଞ୍ଚ କରାଯାଇଛି, ଯାହା ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଛି।

ଶିକାର’ ଫିଲ୍ମରେ କ୍ରାଇମ, ଥ୍ରିଲର ଓ ଆକ୍ସନର ଜବରଦସ୍ତ ସମ୍ମିଶ୍ରଣ ରହିଛି। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ପ୍ରିୟବ୍ରତ ପଣ୍ଡା ଲେଖିଛନ୍ତି।ଶିକାର’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ। ମୁନ୍ ଟିଭି ପ୍ରେଜେଣ୍ଟ ଓ ସିଦ୍ଧାର୍ଥ ମ୍ୟୁଜିକର ଆନୁକୂଲ୍ୟରେ ଫିଲ୍ମଟି ପ୍ରସ୍ତୁତ ହୋଇଛି। କାହାଣୀ ଓ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଡି ଓ ପି ରହିଛନ୍ତି ପ୍ରତାପ ରାଉତ , ସମ୍ପାଦନ କରିଛନ୍ତି ରାଜେଶ ଦାଶ, ଗୀତ ଗୁଡ଼ିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ମଣ୍ଟୁ ଛୁରୀଆ, କ୍ରିଷ୍ଣା ବେଉରା, ଅସୀମା ପଣ୍ଡା ଓ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ ,ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ।

ଫିଲ୍ମରେ ଅମ୍ଲାନ ଦାସ ଓ ଏଲିନାଙ୍କ ସହ ସୁପ୍ରିୟା ନାୟକ, ଅଙ୍କିତ, ତାପସ ସରଘରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଶାନ୍ତ ପାତ୍ର , ପ୍ରଭାତୀ, ସ୍ମିତା ମହାନ୍ତି, ଅଭିନବ ସିଂ, ଜ୍ଞାନ ହୋଟା, ପୁଷ୍ପା ପଣ୍ଡା ଅଭିନୟ କରିଥିବା ବେଳେ ବିଶେଷ ଭୂମିକାରେ ମଣ୍ଟୁ, ଲିପିକା ଓ ବବି ମିଶ୍ର ଙ୍କୁ ଦେଖିବାକୁ ପାଇବେ ଦର୍ଶକ, ଫିଲ୍ମ ଟିର ପ୍ରଯୋଜକ ରହିଛନ୍ତି ସଚ୍ଚିକାନ୍ତ ଜେନା ।

ଅଭିନେତା ଅମ୍ଲାନ ଦାସ କହିଛନ୍ତି ଯେ, ଏହି ଫିଲ୍ମ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ। ସେହିପରି ଏଲିନା ସାମନ୍ତରାୟ କହିଛନ୍ତି ଯେ, ତାଙ୍କର ଓକିଲ ଚରିତ୍ର ଏକ ନୂଆ ଅନୁଭବ ଦେଇଛି ଏବଂ ଫିଲ୍ମର କ୍ଲାଇମାକ୍ସ ବେଶ ଆକର୍ଷଣୀୟ ହେବ।

ପ୍ରଯୋଜକ ଆଶା ବ୍ୟକ୍ତ କରିଛନ୍ତି ଯେ, ରଜ ବଜାରରେ ‘ଶିକାର’ ଦର୍ଶକଙ୍କୁ ନୂଆ ମନୋରଞ୍ଜନ ଦେବା ସହ ଓଡ଼ିଆ ସିନେମାକୁ ଆଉ ଏକ ଦିଶା ଦେଖାଇବ ।

Leave A Reply

Your email address will not be published.