ଚାମେଲିଙ୍କ ବିବାଦରେ ନୂଆ ମୋଡ଼, ମେଡ଼ିକାଲ ଆଡମିସନ ରିପୋର୍ଟ ଓ ପ୍ରେସକ୍ରିପସନ ଦେବାକୁ ଜିଦ୍

0

କେନ୍ଦ୍ରାପଡା:  କେନ୍ଦ୍ରାପଡା ଚାମେଲିଙ୍କ ବିବାଦରେ ନୂଆ ମୋଡ଼ । ଡିସଚାର୍ଜ ପରେ ଡାକ୍ତରଖାନା ଛାଡ଼ୁନାହାନ୍ତି ଚାମେଲି । ଆଡମିସନ ରିପୋର୍ଟ ଓ ପ୍ରେସକ୍ରିପସନ ରପୋର୍ଟ ଦେବାକୁ ଜିଦ୍ ଧରି ରହିଛନ୍ତି ଚୋମେଲି । ରିପୋର୍ଟ ନଦେଲେ ଡାକ୍ତରଖାନା ନ ଛାଡ଼ିବାକୁ ଜିଦ୍ । ମହାକାଳପଡ଼ା ପୋଲିସ ୧୧ ତାରିଖରେ ଚାମେଲିଙ୍କୁ ମେଡିକାଲରେ ଆଡମିସନ କରିଥିଲା ପୋଲିସ । ୧୩ ତାରିଖ ଦିନ ଚାମେଲିଙ୍କୁ ଡକ୍ଟର ଙ୍କ ଡିସଚାର୍ଜ ଅର୍ଡରରେ ପୋଲିସ ଚାମେଲିଙ୍କୁ ଜେଲକୁ ଉଠାଇ ନେଇଥିଲା ପୋଲିସ । ଚାମେଲି ଜେଲରେ ଅସୁସ୍ଥ ହେବାକରୁ ପୁଣି ମେଡିକାଲରେ ୧୩ ତାରିଖ ଦିନ ଆଡମିସନ ହୋଇଥିଲେ । ୧୭ ତାରିଖ ଦିନ ଚାମେଲିଙ୍କୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ଡିସଚାର୍ଜ କରିଛନ୍ତି ଡାକ୍ତର । ଚାମେଲିଙ୍କୁ ୧୧ ତାରିଖ ଆଡମିସନ ରିପୋର୍ଟ ମେଡିକାଲ ନଦେବାରୁ ଚାମେଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଚାମେଲି କହିଛନ୍ତି ୧୧ ତାରିଖର ଆଡମିସନ ରିପୋର୍ଟ ଏବଂ ଔଷଧ ପ୍ରେସକ୍ରିପସନ ନଦେଲେ ମେଡିକାଲ ଛାଡିବେ ନାହିଁ । ଅନ୍ୟପଟେ ମେଡିକାଲରୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟିବେ ବୋଲି କହିଛନ୍ତି ଚାମେଲି ଓଝା । ଜିଲ୍ଲାପାଳଙ୍କୁ ଚାମେଲି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଓ ଦାବିପତ୍ର ଦେବେ। ପରେ ନିଜ ଗାଁ ତିଖିରିକୁ ଯାଇ ନିଜର କାମ ପୁଣି ଆରମ୍ଭ କରିବେ। ଦୋଷୀ ମାନଙ୍କ ବିରୋଧରେ ଲଢେ଼ଇ ଜାରି ରଖିବେ ବୋଲି କହିଛନ୍ତି ଚାମେଲି ଓଝା । ବିଡିଓଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅଭିଯୁକ୍ତମାନେ ଖୁଲମଖୁଲା ବୁଲୁଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ହସପିଟାଲରୁ ଡିସଚାର୍ଜ ହେବା ପରେ ପୁଣିଥରେ ସେ ବିଧାୟକଙ୍କ ପ୍ରତି -ଅଙ୍ଗୁଳି ଉଠାଇଛନ୍ତି । ବିଧାୟକଙ୍କୁ ଖୁସି କରାଇପାରଲିନି ବୋଲି ଏଭଳି ହଟହଟା ହେବାକୁ ପଡ଼ିଲା । ସେହିଭଳି ଗତକାଲି ଚାମେଲିଙ୍କ ବିରୋଧରେ ହୋଇଥିବା ପ୍ରତିବାଦ ସଭାକୁ ନେଇ ଜବାବ ରଖିଛନ୍ତି ଚାମେଲି ଓଝା । କହିଛନ୍ତି, ପଂଚାୟତରେ କୌଣସି ଦୁର୍ନୀତି ହୋଇଥିଲେ ତଦନ୍ତ ହେଉ ସହଯୋଗ କରିବି ।

Leave A Reply

Your email address will not be published.