ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର, ଆଜି ବିବାହ କରିବେ ଦେବ ଦମ୍ପତି

0

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ପରିବେଶ । ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ପବିତ୍ର ବିବାହ ମହୋତ୍ସବ ଅନୁଷ୍ଠିତ ହେଉଛି । ଶୀତଳ ଷଷ୍ଠୀର ମୁଖ୍ୟ ଆକର୍ଷଣମାନବୀୟ ଲୀଳା । ଏହି ଯାତ୍ରାରେ ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କୁ ମାନବ ରୂପରେ କନ୍ୟାପିତା ଏବଂ ବରପିତାଙ୍କ ଦ୍ୱାରା ବୈଦିକ ରୀତିନୀତି ଅନୁଯାୟୀ ବିବାହ କରାଯାଇଥାଏ । ମହାପ୍ରଭୁ ନୃସିଂହନାଥ ନଗର ପରିକ୍ରମା କରି ସମସ୍ତ ଦେବାଦେବୀଙ୍କୁ ଏହି ଶୁଭ ବିବାହ ପାଇଁ ନିମନ୍ତ୍ରଣ କରାଯାଇଥାଏ ।

ଶିବ ବିବାହ ରାତିରେ ସମ୍ବଲପୁର ସହରର ବିଭିନ୍ନ ପଡ଼ାରୁ ବାହାରୁଥିବା ଦେବତାମାନଙ୍କର ଶୋଭାଯାତ୍ରା ଏବଂ ବରଯାତ୍ରୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ । ଲୋକନୃତ୍ୟର ମହାମିଳନ ବୋଲି କୁହାଯାଏ । ଏହି ଶୋଭାଯାତ୍ରାରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ନୃତ୍ୟ, ବାଦ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ନନ୍ଦପଡ଼ା ବାବା ବାଲୁଙ୍କେଶ୍ୱର ସହରର ସବୁଠାରୁ ପୁରୁଣା ଏବଂ ବୃହତ୍ତମ କମିଟି। ୩,୦୦୦ ରୁ ଅଧିକ କଳାକାରଙ୍କୁ ନେଇ ଭବ୍ୟ ଶୋଭାଯାତ୍ରା ବାହାର କରିଥାନ୍ତି।

 

Leave A Reply

Your email address will not be published.