ନୂଆଦିଲ୍ଲୀ (ଆମ ଟିଭି): ପୁଣି ଆରବିଆଇ ନେଲା ବଡ଼ ନିଷ୍ପତ୍ତି । ପୁଣି ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଇଏମଆଇ। ପୁଣି ରେପୋରେଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ । ଯାହା ଲୋକଙ୍କ ଚିନ୍ତା ବଢାଇଦେଇଛି । ରେପୋ ରେଟରେ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି । ରେପୋ ରେଟ୍ ୫.୪୦ ପ୍ରତିଶତରୁ ବଢ଼ି ୫.୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଲଗାତାର ଚତୁର୍ଥ ଥର ପାଇଁ ମୁଦ୍ରା ନୀତି ବୈଠକରେ ରେପୋ ରେଟରେ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।
ଆରବିଆଇ ରେପୋ ରେଟ ବଢ଼ିବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ।ରେପୋ ରେଟ ବଢିବା ପରେ ହୋମ ଲୋନ୍, କାର ଲୋନ୍ ଏବଂ ବିଜନେସ ଲୋନ୍ ମହଙ୍ଗା ହେବ । ପୂର୍ବରୁ ଯେଉଁମାନେ ରେପୋ ରେଟ୍ ଆଧାରିତ ହୋମ ଲୋନ୍ ନେଇଛନ୍ତି ସେମାନଙ୍କ ଇଏମଆଇ ବଢ଼ିବ । ୨୦୨୨ରେ ଆରବିଆଇ ରେପୋ ରେଟରେ ୧.୪୦ ପ୍ରତିଶତ ବଢାଇଛି ।