ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ୍ ଷ୍ଟୋକ୍ସ, ଟ୍ରେଣ୍ଡ ବ୍ରିଜ୍ ହେବ ଶେଷ ମ୍ୟାଚ୍

0

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ (ଟ୍ରେଣ୍ଟ ବ୍ରିଜ୍) ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ବୋଲି ବେନ ଷ୍ଟୋକ୍ସ କହିଛନ୍ତି । ବେନ୍ ଷ୍ଟୋକ୍ସଙ୍କ ଏଭଳି ନିଷ୍ପତ୍ତି ଫ୍ୟାନ୍ସଙ୍କୁ ଭାବୁକ କରିଛି ।

ଟ୍ରେଣ୍ଟ ବ୍ରିଜ୍ ଟେଷ୍ଟର ଚତୁର୍ଥ ଦିନ ଖେଳ ଆରମ୍ଭ ହେବା ପୂର୍ବରୁ ଷ୍ଟୋକ୍ସ ଅବସର ନିଷ୍ପତ୍ତି ନେଇ ନିଜ ସାଥି ଖେଳାଳିମାନଙ୍କୁ ଜଣାଇଥିଲେ । ଏହାପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ପକ୍ଷରୁ ଏହାକୁ ଆନୁଷ୍ଠାନିକ ଘୋଷଣା କରିଛି ।

ଇଂଲଣ୍ଡ କ୍ରିକେଟ ଏକ୍ସରେ ଲେଖିଛି, ବେନ୍, ଆପଣ ଏହି ଟିମ୍ ପାଇଁ ସବୁଠାରୁ ଅଧିକ ପ୍ରେରଣାଦାୟକ ଅଧିନାୟକ, ଲିଡର ଏବଂ ଜବରଦସ୍ତ ଖେଳାଳି । ଆପଣଙ୍କୁ ଖେଳାଇବା ପାଇଁ ସବୁ ଟିମ୍ ଚାହିଁବ । ଆମେ ଆପଣଙ୍କୁ ବହୁତ ଭଲ ପାଉ ଏବଂ ଆପଣଙ୍କ ଭବିଷ୍ୟ ପାଇଁ ଅନେକ ଶୁଭକାମନା ।

ଷ୍ଟୋକ୍ସଙ୍କ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ୨୦୧୧ ମସିହାରେ ହ୍ୱାଇଟ ବଲ୍ କ୍ରିକେଟରୁ ଆରମ୍ଭ ହୋଇଥିଲା । ପରେ ୨୦୧୩ ଡିସେମ୍ବରରେ ଆଡିଲେଡ୍ ଠାରେ ଆଶେସ୍ ସିରିଜ୍ ସମୟରେ ସେ ଟେଷ୍ଟ ପଦାର୍ପଣ କରିଥିଲେ । ସେ ଏପ୍ରିଲ ୨୦୨୨ରୁ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।

୨୦୧୯ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଷ୍ଟୋକ୍ସ ଅପରାଜିତ ୮୪ ରନ୍ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ବିଶ୍ୱବିଜୟୀ କରାଇବାରେ ନିର୍ଣ୍ଣାୟକ ଭୂମିକା ଲିଭାଇଥିଲେ । ୨୦୧୬ରେ କେପ୍ ଟାଉନ୍ଠରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨୫୮ ରନର ଟେଷ୍ଟ କ୍ୟାରିୟର ସର୍ବଶ୍ରେଷ୍ଠ ଇଂନିସ୍ ଖେଳିଥିଲେ ।

ବେନ ଷ୍ଟୋକ୍ସଙ୍କ ୧୨୨ଟି ଟେଷ୍ଟ, ୧୧୪ ଦିନିକିଆ ଏବଂ ୪୩ଟି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୭୨୨୮ ରନ କରିଥିବା ୨୪୬ ୱିକେଟ ନେଇଛନ୍ତି । ସେହିପରି ଦିନିକିଆରେ ୩୪୬୩ ରନ୍ କରିବା ସହିତ ୭୪ ୱିକେଟ ନେଇଛନ୍ତି । ଟି୨୦ ମ୍ୟାଚରେ ୫୮୫ ରନ୍ କରିବା ସହିତ ୨୬ ୱିକେଟ ନେଇଛନ୍ତି ।

Leave A Reply

Your email address will not be published.