ନିଖିଳ ଓଡିଶା ଠିକାଦାର ସଂଘର ଆତ୍ମାହୁତି ଧମକ

0

ଭୁବନେଶ୍ବର ୦୨.୦୭.୨୦୨୬ ରିଖରେ, ନିର୍ମାଣ ସୌଧ, ଭୁବନେଶ୍ୱରଠାରେ ନିଖୂଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ଏକ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜନ ର ଆଜି ୨ୟ ଦିନରେ ପହଞ୍ଚିଲା। ଗତ ଫେବୃଆରୀ ୨୦ ରେ ନିଜର ୮ ଦଫା ଦାବି ପୂରଣ ପାଇଁ ରାଜ୍ୟର ଠିକାଦାରମାନେ ଲୋୟର ପିଏମର୍ଜି ଠାରେ ୨୪ ଦିନ ଧରି ଧାରଣାରେ ବସିଥିଲେ । ସରକାରଙ୍କ ପକ୍ଷରୁ ଆସନ୍ତା ତିନି ମାସ ମଧ୍ୟରେ ଏହି ଦାବିଗୁଡ଼ିକ ପୂରଣ କରାଯିବ ବୋଲି ଲିଖତ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ପ୍ରାୟ ଚାରି ମାସ ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଯାଇ ନାହିଁ ।

ଏହାର ପ୍ରତିବାଦରେ ଜୁଲାଇ ୧ ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ପକ୍ଷରୁ ନିର୍ମାଣ ସୌଧ ଠାରେ ଶାନ୍ତି ପୂର୍ଣ ଆନ୍ଦୋଳନ କରାଯାଇଛି । ଦ୍ଵିତୀୟରେ, ପ୍ରସିଦ୍ଧ ରଜ ପର୍ବ ସମୟରେ ସରକାର ୱାମିସ (WAMIS) ପୋର୍ଟାଲରେ ପରିବର୍ତ୍ତନ କରିଥିଲେ, ଯାହାଫଳରେ ଠିକାଦାରମାନଙ୍କର ପ୍ରାପ୍ୟ ଅର୍ଥ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି | ସେହିପରି ମାର୍ଚ୍ଚ ୨୦୨୬ରେ ସିଡିଏମଏସ (CDMS) ପୋର୍ଟାଲକୁ ଏଭଳି ଭାବେ ଅପଗ୍ରେଡ଼ କରାଗଲା ଯେ ଠିକାଦାରମାନଙ୍କ ଲାଇସେକ୍ସ ନବୀକରଣ ହୋଇପାରୁ ନାହିଁ | ଛୋଟ ଛୋଟ ସି (C) ଏବଂ ଡି (D) ଶ୍ରେଣୀର ଠିକାଦାରମାନେ ନିଜର ଜୀବିକା ପାଇଁ ସ୍ବଳ୍ପକାଳୀନ ଟେଣ୍ଡର (short tenders) ଉପରେ ନିର୍ଭର କରିଥାନ୍ତି । ମାତ୍ର ସରକାର ଏହି ସ୍ବଳ୍ପକାଳୀନ ଟେଣ୍ଡର ଆହ୍‌|ନ ବିଜ୍ଞପ୍ତିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ପରୋକ୍ଷରେ ଛୋଟ ଠିକାଦାରମାନଙ୍କ ଜୀବିକା ଉପରେ କୁଠାରାଘାତ କରିଛି।

ମହାସଂଘ ପକ୍ଷରୁ ବର୍ତ୍ତମାନର ପୂର୍ବ ସଚିବଙ୍କୁ ହଟାଇବା ସହ ପୂର୍ବ ବର୍ଷଗୁଡ଼ିକ ଭଳି ଜଣେ ଯନ୍ତ୍ରୀ (Engineering person)ଙ୍କୁ ପୂର୍ଭ ସଚିବ ପଦବୀରେ ନିଯୁକ୍ତି ଦେବାକୁ ଦୃଢ଼ ଦାବି କରାଯାଇଛି | ଏହି ଆନ୍ଦୋଳନ ରେ ଓଡିଶା ରୁ ବହୁସଂଖ୍ୟକ ଠିକାଦାର ମାନେ ଯୋଗଦେଇଥିଲେ । ଯଦି ଓଡ଼ିଆ ଠିକାଦାରଙ୍କ ବଦଳରେ ବିଗତ ସରକାର ଭଳି ଅନ୍ୟ ବାହାର ରାଜ୍ୟର ଠିକାଦାରଙ୍କୁ ଅଗ୍ରାଧିକାର ଭିତ୍ତିରେ କାମ ଦିଆଯାଏ ସମସ୍ତ ଠିକା କାମ ଠପ୍ ସହ ସରକାରକୁ ଅଚଳ କରିଦିଆଯିବ ବୋଲି‌ ଧମକ ସହ ଆତ୍ମାହୁତି ଦିଆଯିବ ବୋଲି ସଂଘ କହିଛି ।ଏହି ବୈଠକକୁ ମହାସଂଘର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଦାସ, ସଭାପତି ଶ୍ରୀ ଅନିଲ ମହାଲିକ, ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ଜେନା ପରିଚାଳନା କରିଥିଲେ I

Leave A Reply

Your email address will not be published.