ଆଜି ରୋଟାରୀ କ୍ଲବ, ଭୁବନେଶ୍ୱର ମିଡୋଜ ପକ୍ଷରୁ ଡାକ୍ତର ଦିବସ ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଦିବସ ଭୁବନେଶ୍ୱର ସ୍ଥିତ ଯଯାତି ହୋଟେଲ ରେ ପାଳିତ ହୋଇଛି l ସମୁଦାୟ ୧୫ ଜଣ ଡାକ୍ତର ଏବଂ ୫ ଜଣ ଚାଟାର୍ଡ଼ ଆକାଉଣ୍ଟଟାଣ୍ଟଙ୍କୁ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ରୋଟାରୀ ର ପ୍ରାକ୍ତନ ପ୍ରାନ୍ତଃପାଳ ରୋଟାରୀଆନ ଜୟଶ୍ରୀ ମହାନ୍ତି ଯୋଗଦେଇଥିଲେ l

ସମ୍ମାନିତ ଅତିଥି ଭାବେ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଶିବ ନାରାୟଣ ମହାପାତ୍ର ଯୋଗଦାନ କରିଥିଲେ l ଏହି ଉତ୍ସବକୁ ରୋଟାରୀ କ୍ଲବ ର ସଭାପତି ରୋଟାରୀଆନ ବିକାଶ ଗରାବଡୁ ପରିଚାଳନା କରିଥିଲେ l ଏଥିରେ ତାଙ୍କୁ ସମ୍ପାଦକ ଦୀପକ କୁମାର ଜେନା ସହଯୋଗ କରିଥିଲେ l ପ୍ରୋଜେକ୍ଟ ଚେୟାର କାର୍ଯ୍ୟକ୍ରମ ସଂଚାଳକ ଅନୁଶ୍ରୀ ଶୁକ୍ଲା ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମର ମଞ୍ଚପରିଚାଳନା କରିଥିଲେ ପୂର୍ବତନ ସଭାପତି ସୁରଜ କୁମାର ରାଜ l