କାହିଁକି ସୁନା ଶିକୁଳିରେ ବନ୍ଧା ହୋଇଛନ୍ତି ହନୁମାନ? ଜାଣନ୍ତୁ ଜଗନ୍ନାଥ ଧାମର ରହସ୍ୟ

0

ଭଗବାନ ଜଗନ୍ନାଥ ମୂର୍ତ୍ତି ଏବଂ ମନ୍ଦିର ସହିତ ଜଡିତ ଅନେକ ଚମତ୍କାର ରହସ୍ୟ ରହିଛି । କେବଳ ମନ୍ଦିର ନୁହେଁ ଆଖପାଖ ଅଞ୍ଚଳରେ ମଧ୍ୟ ବିଶେଷ ଚମତ୍କାରିତା ରହିଛି । ସେହିଭଳି ହନୁମାନଙ୍କ ସହିତ ଏକ ବଡ଼ ରହସ୍ୟ ରହିଛି । କିମ୍ବଦନ୍ତୀ ଅନୁସାରେ ପ୍ରଭୁ ଜଗନ୍ନାଥ ହନୁମାନ ଜୀଙ୍କୁ ସମୁଦ୍ର କୂଳରେ ବାନ୍ଧି ଦେଇଥିଲେ । ତେବେ ଆସନ୍ତୁ ଏହାର ସମ୍ପୂର୍ଣ୍ଣ କାହାଣୀ ବିଷୟରେ ଜାଣିବା ।

ଯେତେବେଳେ ଭଗବାନ ଧରାପୃଷ୍ଠକୁ ଅବତରଣ କରନ୍ତି ସେତେବେଳେ ଦେବତାଙ୍କଠାରୁ ଆରମ୍ଭ କରି ମାନବ ଏବଂ ଗନ୍ଧର୍ବଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅପୂର୍ବ ଦୃଶ୍ୟ ଦେଖିବାକୁ ଆସିଥାଆନ୍ତି । ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସ୍ଥାପନ ବେଳେ ମଧ୍ୟ ଠିକ୍ ସେହିପରି କିଛି ଘଟିଥିଲା । ପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ସମୁଦ୍ର ଇଚ୍ଛା ବଳାଇଲା । ହେଲେ ବାରମ୍ବାର ସମୁଦ୍ରର ପ୍ରବେଶ ଅନେକ କ୍ଷତି ଘଟାଇଲା । ସମୁଦ୍ର ଏହି ଦୁଃସାହସକୁ ଲଗାତାର ତିନିଥର ପୁନରାବୃତ୍ତି କଲା । ଫଳରେ ସମୁଦ୍ର ଭକ୍ତମାନଙ୍କ ଦର୍ଶନ କରାଇବାରେ ବାଧା ଦେଉଥିଲା । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଭକ୍ତମାନେ ଜଗନ୍ନାଥଙ୍କୁ ନିବେଦନ କରିଥିଲେ । ଯାହା ଦ୍ବାରା ପ୍ରଭୁ ଜଗନ୍ନାଥ ସମୁଦ୍ର ନିୟନ୍ତ୍ରଣ କରିବାକୁ ହନୁମାନଙ୍କୁ ଡାକିଥିଲେ । ସମୁଦ୍ର ଏପରି ଅଶାନ୍ତତାକୁ ହନୁମାନ ଜୀ ବାଧା ଦେଇଥିଲେ ।

ସମୁଦ୍ର କୂଳରେ ହନୁମାନ ଜୀ ଦିନରାତି ଜଗି ରହିଥିଲେ । ଗୋଟିଏ ଦିନ ସମୁଦ୍ର ତାର ଚତୁରତା ଦେଖାଇ ହନୁମାନଜୀଙ୍କ ଭକ୍ତିକୁ ପରୀକ୍ଷା କଲା । ସମୁଦ୍ର ହନୁମାନଙ୍କୁ କହିଲେ ‘‘ତୁମେ କି ପ୍ରକାରର ଭକ୍ତ । ଯିଏ ପ୍ରଭୁଙ୍କୁ ଦର୍ଶନ କରିବାକୁ ଇଚ୍ଛା କରୁନାହଁ ।’’ ଏହା ପରେ ହନୁମାନଜୀ ଭାବିଲେ ଯେ, ବହୁତ ଦିନ ହେଲାଣି, ଆଜି ପ୍ରଭୁଙ୍କୁ ଦର୍ଶନ କରି ଆସେ । ସମୁଦ୍ରଙ୍କ ଚତୁରତାକୁ ହନୁମାନ ଜୀ ବୁଝି ପାରିନଥିଲେ । ସମୁଦ୍ରଙ୍କ ଏପରି କଥା ଶୁଣି ହନୁମାନଜୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବାହାରିଲେ । ସମୁଦ୍ର ମଧ୍ୟ ତାଙ୍କ ପଛେ ପଛେ ଗଲେ । ତେଣୁ ପୁଣି କ୍ଷତିଗ୍ରସ୍ତ ହେବାକୁ ଲାଗିଲା । ହନୁମାନଙ୍କ ଅଭ୍ୟାସରେ ବିରକ୍ତ ହୋଇ ପ୍ରଭୁ ଜଗନ୍ନାଥ ତାଙ୍କୁ ଏକ ସୁନା ଶିକୁଳିରେ ବାନ୍ଧି ଦେଇଥିଲେ । ସେହି ଦିନରୁ ଆଜି ଯାଏଁ ହନୁମାନଜୀ ଶିକୁଳିରେ ବନ୍ଧା ହୋଇଥିବା ଯୋଗୁଁ ସମୁଦ୍ର ମନ୍ଦିର ଭିତରକୁ ଆସୁପାରୁନାହିଁ ବୋଲି ପ୍ରତି ଓଡିଆଙ୍କ ବିଶ୍ବାସ ରହିଛି ।

Leave A Reply

Your email address will not be published.