ଓସ୍ମେ ଖୋର୍ଦ୍ଧା ଋପୁରର ବାର୍ଷିକ ବୈଠକ*
ଓସ୍ମେ ଖୋର୍ଦ୍ଧା ଚାପ୍ଟରର ବାର୍ଷିକ ବୈଠକ ହୋଟେଲ ଉର୍ମିଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ବିଶିଷ୍ଟ ଶିଳ୍ପପତି ସରୋଜ କୁମାର ପାତ୍ର ସ୍ୱାଗତ ଭାଷଣ ଦେବା ସହ ନୂତନ ଶିଳ୍ପଦ୍ୟୋଗୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇ ସଭା ଆରମ୍ଭ କରିଥିଲେ। ମହିଳା ଶାଖାର ସଭାପତି ପ୍ରତିଶ୍ରୁତି ଜେନା ଶୁଭେଚ୍ଛା ଜଣାଇ ସଦସ୍ୟ, ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ। ଓସ୍ର ମହାସଚିବ
ସାତ୍ତ୍ଵିକ ସ୍ଵାଇଁ ଓସ୍ର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରି ନୂତନ ଶିଳ୍ପଦ୍ୟୋଗୀମାନଙ୍କୁ
ସେମାନଙ୍କ ସମସ୍ୟାର ସମାଧାନ ଏବଂ ପନ୍ଥାର ବାଟ ଦେଖାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ୨୦
ଜଣ ମହିଳା ଓ ପୁରୁଷ ନୂତନ ଶିଳ୍ପଦ୍ୟୋଗୀ ସଦସ୍ୟତା ଗ୍ରହଣ କରିଥିଲେ। ଚଳିତବର୍ଷ ପାଇଁ ନୂତନ
କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ପୁରୁଷ ଚାପ୍ଟର ସଭାପତି ରୂପେ ସଭାପତି ଅଜୟ କିଶୋର
ମହାପାତ୍ର, ସମ୍ପାଦକ ଚାର୍ବାକ ସୁବୁଦ୍ଧି, ସମ୍ପାଦକ (ଅର୍ଥ) ପାର୍ଥସାରଥ୍ ମଣ୍ଡଳ, କାର୍ଯ୍ୟକାରୀ ପରାମର୍ଶଦାତା ସୁଧାଂଶୁ ଦାସ ଅଧିକାରୀ, ପରାମର୍ଶଦାତା ଏ ବି ପଟ୍ଟନାୟକ ଏବଂ ମହିଳା ଚାପ୍ଟର ସଭାପତି ରୂପେ ସଭାପତି
ପ୍ରତିଶ୍ରୁତି ଜେନା, ସମ୍ପାଦକ ବିନ୍ଧ୍ୟବାସିନୀ ଜେନା, ସଂଗଠନ ସଂପାଦକ ମମତା ମହାନ୍ତି, ସମ୍ପାଦକ (ଅର୍ଥ) ଶିବାନୀ ପଣ୍ଡା, କାର୍ଯ୍ୟକାରୀ ପରାମର୍ଶଦାତା ବନସ୍ମିତା ଦାସ ଏବଂ ପ୍ରୟାନ ଦାସଙ୍କୁ ଦାୟିତ୍ବ ଦିଆଯାଇଥିଲା ।
ଶେଷରେ କେନ୍ଦ୍ରୀୟ କମିଟିର ସମ୍ପାଦକ ଅନ୍ଵେଷା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପୂର୍ବତନ ସଭାପତି ସରୋଜ କୁମାର ପାତ୍ରଙ୍କୁ ସେଣ୍ଟ୍ରାଲ କମିଟିର ଜୋନ୍ ଭାଇସ୍ ଚେୟାରମ୍ୟାନ ଭାବରେ ମନୋନୀତ କରାଯାଇଥିଲା ।