ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହେବେ ଅଭିନେତା
ମୁମ୍ବାଇ: ନିକଟରେ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ‘ତାନାଜୀ-ଅନସଙ୍ଗ ୱାରିୟର୍’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଗତ ଜୁଲାଇ ୨୨ ତାରିଖରେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ଗତକାଲି ସେ ପୁରୁସ୍କାର ଗ୍ରହଣ କରିଛନ୍ତି। ଅଜୟଙ୍କ ସହ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ମିଳଛି ।
ଦିଳ୍ଲୀର ବିଜ୍ଞାନ ଭବନଠାରେ ପୁରସ୍କାର ଗ୍ରହଣ କରିବା ପରେ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ ସହ କଥା ହୋଇଛନ୍ତି ଅଭିନେତା ଅଜୟ। ସେ ଇଣ୍ଡିଆ ଟୁଡେରେ ତାଙ୍କର ସ୍ବତନ୍ତ୍ର ସାକ୍ଷାତ୍କାର ଦେଇ କହିଛନ୍ତି, ‘‘ତାନାଜୀ-ଅନସଙ୍ଗ ୱାରିୟର୍’ ପାଇଁ ୨ଟି ଜାତୀୟ ପୁରସ୍କାର ଜିତିବା ପରେ ମୁଁ ନମ୍ର ଓ ସମ୍ମାନିତ ଅନୁଭବ କରୁଛି। ଗୋଟାଏ ପୁରସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ରର ପ୍ରଯୋଜକ ଭାବେ ଓ ଦ୍ବିତୀୟଟି ଶ୍ରେଷ୍ଠ ଅଭିନେତା ଭାବେ।’
ତାନାଜୀ-ଅନସଙ୍ଗ ହିରୋ’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଥିଲା। ଅନ୍ୟ ପକ୍ଷରେ ‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିବା ବେଳେ ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚିତ ହୋଇଥିଲେ। ସେହିପରି ବିଶାଲ ଭରଦ୍ବାଜଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ମନୋନୀତ କରାଯାଇଥିବା ବେଳେ ଚଳିତ ଥର ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ବିଭାଗରେ କୌଣସି ଓଡ଼ିଆ ଚଳଚ୍ଚିତ୍ର ମନୋନୀତ ହୋଲା ।