୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ମିଲେଟ ଡାଏରୀ

0

ଭୁବନେଶ୍ବର (ଆମ ଟିଭି): ଅନେକ ଦିନର ଅପେକ୍ଷା ପରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ମିଲେଟ ଡାଏରୀ l ୪୫ ଟି ପ୍ରେକ୍ଷାଳୟରେ ଦର୍ଶକ ଦେଖିବେ ନିଜ ମାଟିର କାହାଣୀ l ଓଡିଶା ମାଟିର କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ସିନେମାକୁ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରାୟ ୯୦ ଜଣ ଇନଫ୍ଲୁଏନ୍ସର ଆଗେଇ ଆସିଛନ୍ତି l ତେବେ ମିଲେଟ ଡାଏରୀ ଏମିତି ଏକ ଚଳଚ୍ଚିତ୍ର ଯାହା କୌଣସି କାଳ୍ପନିକ କାହାଣୀ ନୁହେଁ ବରଂ ଓଡିଶା ମାଟିର ନିଜସ୍ୱ କାହାଣୀକୁ ନେଇ ଗଢ଼ା ହୋଇଛି l

କଳିଙ୍ଗର କବିରାଜି, ମାଣ୍ଡିଆର ଇତିହାସ ଓ ଏକ ଅନନ୍ୟ ପ୍ରେମର ଆଧାରକୁ ନେଇ ଏକ ନିଆରା କାହାଣୀ ଓଡ଼ିଆ ଚଳଚ୍ଚିତ୍ର “ମିଲେଟ ଡାଏରୀ” l ମିଲେଟ ଡାଏରୀର ନିର୍ଦ୍ଦେଶନା ଦାୟିତ୍ୱରେ ରାଜେନ୍ଦ୍ର ମହାନ୍ତ, ପ୍ରଯୋଜନା ଜେଆରଏମ କରିଥିବା ବେଳେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଅଭିଷେକ ପଣ୍ଡା, ସନ୍ତୁ ନିଜେ, କୁନା ତ୍ରିପାଠୀ, ଶକ୍ତି ବରାଳ, ସୁଶାନ୍ତ ଦାଶମହାପାତ୍ର, ରେଭାଂଶ ମହାନ୍ତି, କାଞ୍ଚନ, ରାଜଶ୍ରୀ, ଦୀପକ, ଦେବିକା ଏବଂ ଶ୍ରେୟା ଅଭିନୟ କରିଛନ୍ତି l

ଇନଫାଇସନ୍ ଏଣ୍ଟରଟେନମେଣ୍ଟ (Infyson Entertainment) ବ୍ୟାନରରେ ନିର୍ମିତ ‘ଦ ମିଲେଟ୍ ଡାଏରୀ’: କେବଳ ଏକ ସିନେମା ନୁହେଁ, ବରଂ ଏଥିରୁ କଳିଙ୍ଗର ଆତ୍ମସମ୍ମାନ ଓ ମାଣ୍ଡିଆର ଗୌରବଗାଥା ସ୍ପଷ୍ଟ ବାରି ହେଉଛି l କାହାଣୀରେ ଖାସ୍ ହେଉଛି, ଏହି ସିନେମାଟି ଆମକୁ ନେଇଯିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା, ଥିଲା ସଭ୍ୟତାର ପରିଚୟ।

ଏକ ଅନନ୍ୟ ପ୍ରେମ କାହାଣୀରେ ଗଢ଼ା ହୋଉଛି ଯାହା ସଂଗ୍ରାମ ଭିତରେ ସମ ସାମୟିକ କାଳଚକ୍ରର ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରକୁ ଅଧିକ ଭାବପୂର୍ଣ୍ଣ କରିଛି। ବୈଦ୍ୟ ଓ ବିଜ୍ଞାନ କଥା ରହିଛି ଯାହା କଳିଙ୍ଗର ପାରମ୍ପରିକ ‘କବିରାଜି’ ଚିକିତ୍ସା ଏବଂ ପ୍ରତିକୂଳ ପରିସ୍ଥିତିରେ ଜଣେ ବୈଦ୍ୟଙ୍କ ଦୃଢ଼ ଆତ୍ମବିଶ୍ୱାସର କାହାଣୀ ହେଉଛି ‘ମିଲେଟ୍ ଡାଏରୀ’।

ପ୍ରଯୋଜନା ଓ କାହାଣୀ ଜେ.ଆର୍.ଏମ୍ (JRM) ନିର୍ଦ୍ଦେଶନା ରାଜେନ୍ଦ୍ର ମହାନ୍ତ
ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଏବଂ ଉତ୍ତମ କୁମାର l ସଙ୍ଗୀତ ପ୍ରେମ ଆନନ୍ଦ , ସିନେମାଟୋଗ୍ରାଫି ବିଶ୍ୱଜିତ କୁଲ୍ଡି ଏବଂ ଈଶ୍ୱର ବାରିକ, ସମ୍ପାଦନା ରାଜେଶ ଦାଶ, ପୋଷ୍ଟ ପ୍ରଡକ୍ସନ ହେଡ ବିଶ୍ୱଜିତ୍ ପାଇଟଲ ପ୍ରଚାର ପ୍ରସାର ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ।

ମାଣ୍ଡିଆ- ଏକ ଶସ୍ୟ, ଏକ ଗୌର
“ଏହି ଚଳଚ୍ଚିତ୍ର ଦର୍ଶାଏ ଯେ ମାଣ୍ଡିଆ କେବଳ ଖାଦ୍ୟ ନୁହେଁ, ଏହା ଆମ ମାଟିର ଶକ୍ତି। ଶତ୍ରୁ କିମ୍ବା ପ୍ରକୃତିର ପ୍ରକୋପ—ସବୁଥିରୁ ନିଜକୁ ବଞ୍ଚାଇବା ପାଇଁ ଆମ ପୂର୍ବପୁରୁଷ କିଭଳି ଏହି ‘ଶ୍ରୀଅନ୍ନ’କୁ ନିଜର ସାହାରା କରିଥିଲେ, ତାହା ଏବେକାର ପିଢ଼ି ପାଇଁ ଏକ ବଡ଼ ଶିକ୍ଷା।”

ରଥଯାତ୍ରା ଅବସରରେ ମିଲେଟ୍ ଡାଏରୀ ବଡ଼ ପରଦାକୁ ଆସୁଛି। ଯଦି ଆପଣ ନିଜ ମାଟିର ଇତିହାସ ଏବଂ ଏକ ହୃଦୟସ୍ପର୍ଶୀ କାହାଣୀ ଦେଖିବାକୁ ଚାହୁଁଛନ୍ତି, ତେବେ ‘ମିଲେଟ୍ ଡାଏରୀ’ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l

Leave A Reply

Your email address will not be published.