ଅଧିକ ଓଜନ ଯୋଗୁଁ ଖୋଲାଯାଇଥିଲା ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ: ରାମକୃଷ୍ଣ ଦାସମହାପାତ୍ର

0

ପୁରୀ : ଜଗନ୍ନାଥ ମହାପ୍ରଭୁଙ୍କ ଟାହିହା ଖୋଲାଯିବା ପ୍ରସଙ୍ଗ ନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଦେଲେ ପ୍ରତିକ୍ରିୟା । ଟାହିଆ ଅଧିକ ଓଜନିଆ ହୋଇଯାଇଥିଲା । ତେଣୁ ଏହାକୁ ଖୋଲି ଦିଆଯାଇଥିଲା ବୋଲି ସେ କହିଛନ୍ତି । ବର୍ଷା ଯୋଗୁଁ ଟାହିଆ ଓଜନ ଆହୁରି ବଢ଼ି ଯାଇଥିଲା । ବର୍ଷା ରେ ତୁଳସୀ ଭିଜି ଯିବାରୁ ଅଧିକ ଓଜନିଆ ହୋଇଯାଇଥିଲା । ଟାହିଆ ଖୋଲା ନଯାଇଥିଲେ ମହାପ୍ରଭୁଙ୍କ ଅଙ୍ଗ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା ବୋଲି ଯୁବ ଦିଇତାପତି କିର୍ତି ପ୍ରକାଶ ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେଣୁ ପହଣ୍ଡିବେଳେ ମହାପ୍ରଭୁଙ୍କ ଟାହିଆ ଖୋଲା ଯାଇଥିଲା ବୋଲି କୁହାଯାଇଛି ।

 

ପ୍ରକାଶଯୋଗ୍ୟ, ଟାହିଆ ତିଆରି କରିବା ଏକ ପବିତ୍ର ଓ ବଂଶାନୁକ୍ରମିକ ସେବା । ପୁରୀର ରାଘବ ଦାସ ମଠର କାରିଗରମାନେ ଅକ୍ଷୟ ତୃତୀୟାରୁ ସମ୍ପୂର୍ଣ୍ଣ ପ୍ରାକୃତିକ ସାମଗ୍ରୀ ଯଥା: ବାଉଁଶ, ବେତ, ସୋଲ ଏବଂ ବିଭିନ୍ନ ପ୍ରକାର ସୁଗନ୍ଧିତ ଧଳା ଫୁଲ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରନ୍ତି । ଏହାର ପରିମାପ ମଧ୍ୟ ଶାସ୍ତ୍ରାନୁମୋଦିତ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ପାଇଁ ୩୭ ଟି ବାଉଁଶ କାଠି, ବଳଭଦ୍ରଙ୍କ ପାଇଁ ୩୩ଟି ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ୧୨ଟି ବାଉଁଶ କାଠିର ବ୍ୟବହାର କରାଯାଏ ।

Leave A Reply

Your email address will not be published.