ଭୁବନେଶ୍ବର : ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନାହିଁ । ସ୍ଥିତି ସମୀକ୍ଷା କରି ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । କେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC । ଦୁଇ ଦିନ ତଳେ ହୀରାକୁଦରେ ୬୨୫ ଫୁଟ ପାଣି ଥିଲା। ଏବେ ମୁଣ୍ଡଳୀରେ ପାଣି କମିବାରୁ ହୀରାକୁଦରୁ ପାଣି ଛଡା ଗଲା । ଏବେ ହୀରାକୁଦ ୬୨୩ ଫୁଟ ପାଣି ଅଛି ।
ଅଗଷ୍ଟ ୪ ସୁଦ୍ଧା ଏହା ୬୧୬ ଫୁଟ ହେବ । ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ପାଣି ତଳ ଆଡୁ ପ୍ରବେଶ ହେଉଛି । ଯେବେ ପଶୁଛି, ତା ଠାରୁ ୩ ଗୁଣ ଅଧିକ ନିଷ୍କାସନ ହେଉଛି । ୨୨ ଗେଟ୍ ଜରିଆରେ ପାଣି ବର୍ମୁଲ ପାର କଲାଣି । ଆଜି ସନ୍ଧ୍ୟା ସୁଦ୍ଧା ଏହା ମୁଣ୍ଡଳୀ ଆସିଯିବ । ଆସନ୍ତାକାଲି ସକାଳେ ଏହା କମିବ।