ଅଖଣ୍ଡ ଭାରତ ସଙ୍କଳ୍ପ ଯାତ୍ରାର ପୋଷ୍ଟର ଉନ୍ମୋଚନ ସମାରୋହରେ ୧୦୦ରୁ ଅଧିକ ଯୁବକଙ୍କ ସହଭାଗୀତା

0

ଭୁବନେଶ୍ବର: ଆସନ୍ତା ଅଖଣ୍ଡ ଭାରତ ସଙ୍କଳ୍ପ ଯାତ୍ରା ଅବସରରେ କଟକର ଆହିଂସା ଗାନ୍ଧୀ ପାର୍କ, ବେଲଭ୍ୟ ସ୍କୋୟାର ଠାରେ

ପୋଷ୍ଟର ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମର୍ପଣର ପ୍ରତିଷ୍ଠାତା ଇଞ୍ଜିନିୟର ପ୍ରଭାତ ପ୍ରଧାନ, ରାକେଶ ଧୂପର, ଅମିତ

ରାଉତରାୟ, ଅଭିନ୍ନ ସୁନ୍ଦର, ରଣଦୀପ ରାୟ, ହିମାଂଶୁ ମହାରଣା, ଅସୀମ ମହାପାତ୍ର, ପ୍ରୀତମ ପ୍ରିୟରଞ୍ଜନ, ନିରଞ୍ଜନ ସାମଲ, ଓମ୍ ପ୍ରକାଶ ଦାସ, ସାହିଲ ରାଉତରାୟ ଓ ହର୍ଷବର୍ଦ୍ଧନ ଷଡ଼ଙ୍ଗୀ ଏବଂ ସହରର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ଯୁବକ ଓ ଯୁବତୀ ଉପସ୍ଥିତ ରହି ଦେଶଭକ୍ତି, ଏକତା ଓ ରାଷ୍ଟ୍ରୀୟ ଚେତନାର ବାର୍ତ୍ତାକୁ ସମର୍ଥନ ଜଣାଇଥିଲେ।

ହର ଘର ତିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ର ଭାବଧାରାକୁ ଆଧାର କରି ଆୟୋଜିତ ଏହି ସମାରୋହରେ ବକ୍ତାମାନେ ଅଖଣ୍ଡ ଭାରତର ଚିନ୍ତାଧାରା, ଜାତୀୟ ଏକତା ଏବଂ ଯୁବ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ | ପୋଷ୍ଟର ଉନ୍ମୋଚନ ପରେ ଉପସ୍ଥିତ ଯୁବବର୍ଗ ଆଗାମୀ ଯାତ୍ରାକୁ ସଫଳ କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।

ଆୟୋଜକମାନଙ୍କ ସୂଚନାନୁସାରେ, ଆସନ୍ତା ୧୪ ଅଗଷ୍ଟ ତାରିଖରେ କଟକ ସହରରେ ଭବ୍ୟ ଅଖଣ୍ଡ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହେବ ଏବଂ ଏଥ‌ିରେ ବହୁ ସଂଖ୍ୟକ ଯୁବକ-ଯୁବତୀ ଓ ସାଧାରଣ ଜନତାଙ୍କ ସହଭାଗୀତା ଆଶା କରାଯାଉଛି |

 

ଆୟୋଜକ କମିଟି

ଅଖଣ୍ଡ ଭାରତ ସଙ୍କଳ୍ପ ଯାତ୍ରା

Leave A Reply

Your email address will not be published.