Motorola ଆଣିଲା Moto G Max, ମିଳିବ ଦମଦାର ଫିଚର୍ସ
Motrola ଭାରତରେ G ସିରିଜର ଏକ ଦମଦାର ଫୋନ୍ ଲଞ୍ଚ କରିଛି । Motrolaର ଏହି ଫୋନକୁ Moto G Max ନାମରେ ଭାରତରେ ପ୍ରଚଳନ କରାଯାଇଛି । ଏହି ଫୋନରେ 7000mAhର ଦମଦାର ବ୍ୟାଟେରୀ ପ୍ରଦାନ କରାଯାଇଛି । କମ୍ପାନୀ ପୂର୍ବରୁ ଏହାର ଫିଚର୍ସ ରିଭିଲ କରିଛି । ଏହି ଫୋନ୍ଟି ଇ-କମର୍ସ ୱେବସାଇଟ୍ Flipkartରେ ବିକ୍ରୟ ପାଇଁ ଉପଲବ୍ଧ ହେବ ।
ଫିଚର୍ସ:
Motrolaର ଏହି ନୂଆ ବଜେଟ୍ ଫ୍ରେଣ୍ଡଲି ଫୋନ୍ ୬.୭୨ ଇଞ୍ଚର FHD+ LCD ଡିସପ୍ଲେ ସହିତ ଲଞ୍ଚ ହୋଇଛି । ଯାହା ୧୨୦Hz ରିଫ୍ରେଶ୍ ରେଟକୁ ସପୋର୍ଟ କରିଥାଏ । ଏହି ଫୋନର ଡିସପ୍ଲେ ପିକ୍ ବ୍ରାଇଟନେସ ୧୦୫୦ Nits ପର୍ଯ୍ୟନ୍ତ ରହିଛି । ଏହାର ପ୍ରୋଟେକ୍ସନ ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ 7i ପ୍ରଦାନ କରାଯାଇଛି । ଏହି ଫୋନରେ Qualcomm Snapdragon 6s Gen 4 ଚିପସେଟ୍ ସହିତ ଆସିଥାଏ । ଏହା ୬GB RAM ଏବଂ ୧୨୮GB ଷ୍ଟୋରେଜକୁ ସପୋର୍ଟ କରିଥାଏ ।
ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରାର ସେଟଅପ୍ ରହିଛି । ଏଥିରେ 50MP ମେନ୍ Sony LYTIA 600 କ୍ୟାମେରା ଦିଆଯାଇଛି । ଏହା ବ୍ୟତୀତ 8MP ଅଲ୍ଟ୍ରା-ୱାଇଡ୍ କ୍ୟାମେରାର ସୁବିଧା ମିଳୁଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ 32MP କ୍ୟାମେରା ଉପଲବ୍ଧ । ଏହି Motorola ଫୋନରେ କନେକ୍ଟିଭିଟି ପାଇଁ ଡୁଆଲ୍ 5G, WiFi 5, Bluetooth 5.1 ଏବଂ 3.5mm ଅଡିଓ ଜ୍ୟାକ୍ ଭଳି ଫିଚର୍ସ ଦିଆଯାଇଛି । ଏହି ଫୋନରେ ମିଲିଟାରୀ-ଗ୍ରେଡ୍ MIL-STD-810H ଡ୍ୟୁରେଭିଲିଟିକୁ ସପୋର୍ଟ କରିଥାଏ ।
ଫୋନର ସିକ୍ୟୁରିଟି ପାଇଁ ସାଇଡ୍ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ପ୍ରଦାନ କରାଯାଇଛି । ଫୋନରେ ୭୦୦୦mAh ବ୍ୟାଟେରୀ ସମେତ ୩୦W ଟର୍ବୋ ଫାଷ୍ଟିଂ ଚାର୍ଜିଂ ସୁବିଧା ପ୍ରଦାନ କରାଯାଇଛି । ଫୋନ Android 16 ଉପରେ ବେସ୍ଡ, ଯାହା Hello UI ଅପରେଟିଂ ସିଷ୍ଟମ ଦିଆଯାଇଛି ।
ପ୍ରାଇସ୍:
Motrolaର ଏହି ଫୋନ୍ ଭାରତରେ ଗୋଟିଏ ଷ୍ଟୋରେଜ ଭ୍ୟାରିଆଣ୍ଟ ୬GB RAM ଏବଂ ୧୨୮GB ରେ ଉପଲବ୍ଧ । ଯାହାର ପ୍ରାଇସ୍ ୨୭,୯୯୯ଟଙ୍କା ରହିଛି । ଏହି ଫୋନ୍ ପାନଟୋନ୍ ଆଲାସ୍କାନ୍ ବ୍ଲୁ, ପାନଟୋନ୍ ମାଲାଗା ଏବଂ ପାନଟୋନ୍ ଷ୍ଟାରଗାଜର କଲର ଅପ୍ସନରେ ଉପଲବ୍ଧ । ଏହି ଫୋନ୍ଟି ଇ-କମର୍ସ ୱେବସାଇଟ୍ Flipkartରେ ବିକ୍ରୟ ପାଇଁ ଉପଲବ୍ଧ ହେବ ।
Moto G Maxର ପ୍ରଥମ ସେଲ୍ ଅଗଷ୍ଟ ୨୦ ତାରିଖ ଦିନ ମଧ୍ୟାହ୍ନ ୧୨ଟାରେ ଆୟୋଜିତ ହେବ । ଏହି ଫୋନ୍ କିଣିବା ଉପରେ ୧୦୦୦ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ଅଫର୍ ପ୍ରଦାନ କରାଯିବ । ଏଥିସହ ୧୦୦୦ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରାଯାଉଛି ।