କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଫେରାର

0

ଚଣ୍ଡୀଗଡ: ଫେରାର ହେଲା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ। ପଞ୍ଜାବର ମାନସା ଜିଲ୍ଲା ପୁଲିସର ହେପାଜତରୁ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ ଖସି ପଳାଇଥିବା ଜଣାପଡ଼ିଛି। ଏବେ ଟିନୁଙ୍କୁ ଧରିବା ପାଇଁ ଏକ ବଡ଼ ଅପରେସନ୍ ଆରମ୍ଭ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ଶନିବାର ରାତିରେ ଅନ୍ୟ ଏକ ମାମଲାରେ ଗୋଇନ୍ଦୱାଲ ସାହେବ ଜେଲରୁ ମାନସା ପୁଲିସ ଦ୍ୱାରା ସ୍ଥାନୀୟ କୋର୍ଟକୁ ନିଆଯାଉଥିବା ବେଳେ ସେ ଫେରାର ହୋଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଏବେ ରାଜସ୍

ଏହି ଘଟଣା ବିଷୟରେ ପଚରାଯିବାରୁ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏବେ ପୁଲିସ ଟିମ୍ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି ଏବଂ ଆମେ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବୁ।

Leave A Reply

Your email address will not be published.