ମଧ୍ୟପ୍ରଦେଶ : ଶ୍ରାବଣ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଏଠାରେ ବର୍ଷକୁ ଥରେ ଖୋଲୁଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାରି ଭିତରେ ମନ୍ଦିର ପରିସରରେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର ସାମ୍ନାରେ ଥିବା ବ୍ୟାରିକେଡିଂ ନିକଟରେ ଭିଡ଼ ହଠାତ୍ ବଢିଯିବାରୁ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ଭିଡ଼ ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ଅବସ୍ଥା ବିଗିଡିଯାଇଛି ।
ଖବର ମୁତାବକ, ଶ୍ରାବଣ ମାସ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରକୁ ଶତାଧିକ ଶ୍ରଦ୍ଧାଳୁ ଦଶର୍ନ ପାଇଁ ପହଞ୍ଚିଛନ୍ତି । ଏହି ଅବସରରେ ମନ୍ଦିର ପରିସରରେ ଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରକୁ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଯାଉଥିବା ବେଳେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର ସାମ୍ନାରେ ଥିବା ବ୍ୟାରିକେଡିଂ ନିକଟରେ ଭିଡ଼ ହଠାତ୍ ବଢିଯିବାରୁ ଦଳାଚକଟା ସ୍ଥିତି ଉତ୍ପନ୍ନ ହୋଇଛି । ଭିଡ଼ ଯୋଗୁଁ ଅନେକ ଶ୍ରଦ୍ଧାଳୁଙ୍କ ଅବସ୍ଥା ବିଗିଡିଯାଇଛି । କିଛି ଶ୍ରଦ୍ଧାଳୁ ବେହୋସ ହୋଇଥିବା ଜଣାପଡିଛି ।
ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ଏବଂ ପରିଜନ ଲୋକ ଶ୍ରଦ୍ଧାଳୁଙ୍କୁ ଭିଡ଼ରୁ ଉଦ୍ଧାର କରିଥିଲେ । ଆହତଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ସ୍ଥାନୀୟ ରିପୋର୍ଟ ମୁତାବକ, ଘଟଣାରେ ୧୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି ।
ଶ୍ରାବଣ ମାସ ୩ୟ ସୋମବାରରେ ଭଗବାନ ମହାକାଳଙ୍କ ସହିତ ନାଗଚନ୍ଦ୍ରେଶ୍ବର ମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ପାଇଁ ଭିଡ଼ ଲାଗି ରହିଥିଲା । ଏପର୍ଯ୍ୟନ୍ତ ୫.୫୦ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି । ନାଗଚନ୍ଦ୍ରେଶ୍ବର ମନ୍ଦିର କପାଟ ବର୍ଷକୁ ଥରେ ମାତ୍ର ଖୋଲିଯାଏ । ତେଣୁ ଦର୍ଶନ ପାଇଁ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଉଜ୍ଜୈନ ପହଞ୍ଚନ୍ତି ।