ବିକଳାନନ୍ଦ କର ପ୍ରଡ଼କସନ୍ସ ନିବେଦିତ ନୂତନ ଓଡ଼ିଆ ଚଳଚ୍ଚିତ୍ର “ପଶାପାଲି” (ଖେଳ ରାଜନୀତିର) ପୋଷ୍ଟର ଉନ୍ମୋଚନ

0

ବିକଳାନନ୍ଦ କର କେବଳ ଏକ ନାଁ ନୁହେଁ ଏକ ବ୍ରାଣ୍ଡ ବୋଲି ସମସ୍ତେ ଜାଣନ୍ତି l ଯାହାଙ୍କ ରସଗୋଲା ପୃଥିବୀ ବିଖ୍ୟାତ କହିଲେ ଅତ୍ୟୁକ୍ତି ହେବ ନାହିଁ l

ତେବେ, ଏବେ ସେହି ବ୍ରାଣ୍ଡ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛି l ପ୍ରଥମ ଅବଦାନ ସ୍ୱରୂପ “ପଶାପାଲି, (ଖେଳ ରାଜନୀତିର)

ନାମକ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି l ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏହାର ପୋଷ୍ଟର ଉନ୍ମୋଚନ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ, ଚଳଚ୍ଚିତ୍ରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଦାଶ, ପ୍ରଯୋଜକ ପ୍ରଶାନ୍ତ କୁମାର କର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବିଶିଷ୍ଟ ରାଜନେତ୍ରୀ ତଥା ଅଭିନେତ୍ରୀ ଶ୍ରୀମୟୀ ମିଶ୍ର, ପୁନମ ମିଶ୍ର, ଅଭିନେତା ରାଜ୍ ରାଜେଶ, ଦୁଷ୍ମନ୍ତ ପଣ୍ଡା, ବିରଞ୍ଚି ନାୟକ

ପ୍ରମୁଖ ଯୋଗଦେଇଥିଲେ l

ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ବହୁ ଅଭିଜ୍ଞ ସଙ୍ଗୀତ ନିର୍ଦେଶକ ମଳୟ ମିଶ୍ର, ଚିତ୍ରତ୍ତୋଳନ ରେ ଶୁଭମ ଅଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l

ଖୁବ ଶୀଘ୍ର ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ମ୍ୟୁଜିକ୍ ରିଲିଜ୍ ହେବ ବୋଲି ବିକଳାନଦ କର ପ୍ରଡ଼କସନ୍ସ ତରଫରୁ ଘୋଷଣା କରାଯାଇଛି l ଚଳଚ୍ଚିତ୍ରର ପୋଷ୍ଟର ଏବଂ ଟାଇଟିଲ ରାଜନୀତିକୁ ନେଇ ହୋଇଥିବାରୁ ସମସ୍ତଙ୍କ ମନରେ ଆଗ୍ରହ ଦେଖିବାକୁ ମିଳୁଛି l

Leave A Reply

Your email address will not be published.