ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା*

0

ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ନୂଆପଲ୍ଲୀରେ ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ଅବସରରେ ନୂଆପଲ୍ଲି କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l

ଛାତ୍ରଛାତ୍ରୀମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇବା, ନୂଆ ଚିନ୍ତାଧାରା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ବିଜ୍ଞାନ ମେଳାର ପ୍ରମୁଖ ଉଦ୍ଦେଶ୍ୟ ବୋଲି କହିଥିଲେ l ଶେଷରେ ଶ୍ରୀମତୀ ଜେନା ଶିଶୁ ବାଟିକାର ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବିତରଣ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅନଙ୍ଗ ଚରଣ ଦାସ, ସତ୍ୟ ଦର୍ଶନ ମାହୁନ୍ତ, ସୁଲୋଚନା ଗୁରୁମା ଓ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ବୃନ୍ଦଙ୍କ ସମେତ ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ରହି ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନରେ

ଏହି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା l

ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ କରି ପିଲାମାନଙ୍କ ମନରେ ପାଠ ପଢା ପ୍ରତି ଆଗ୍ରହ ବଢ଼ାଉଥିବାରୁ ସ୍ଥାନୀୟ ଲୋକମାନେ କର୍ପୋରେଟର ମହାଶୟାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

Leave A Reply

Your email address will not be published.