ଭୁବନେଶ୍ୱରରେ ହେଟିକ୍ ର ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଶୁଭାରମ୍ଭ

0

ଭାରତରେ ନିଜର ଅନୁଭୂତିମୂଳକ ଖୁଚୁରା ବ୍ୟବସାୟର ପ୍ରସାରକୁ ମଜବୁତ୍ କରିବା ଦିଗରେ ଅଗ୍ରଣୀ ଫର୍ଣ୍ଣିଚର୍ ଫିଟିଙ୍ଗସ୍ ବ୍ରାଣ୍ଡ୍ ହେଟିକ୍ ଏକ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆର୍-ଆଙ୍ଗେଲ୍ ଇନୋଭେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏକ ସ୍ୱତନ୍ତ୍ର ଅଂଶୀଦାରୀରେ କମ୍ପାନୀ ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ନିଜର ନୂତନ ହେଟିକ୍ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦ୍‌ଘାଟିତ ହୋଇଯାଇଛି।

ବିଶ୍ୱସ୍ତରୀୟ ସାମଗ୍ରୀ ଖୋଜୁଥିବା ଗ୍ରାହକମାନଙ୍କୁ ଏହି ନୂତନ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଏକ ସମ୍ପୂର୍ଣ୍ଣ ଏବଂ ନିଆରା ସପିଂ ଅନୁଭୂତି ପ୍ରଦାନ କରିବ। ଏଠାରେ ଆଧୁନିକ ଫର୍ଣ୍ଣିଚର୍ ସମାଧାନର ଏକ ଚମତ୍କାର ପ୍ରଦର୍ଶନୀ ରହିଛି, ଯେଉଁଥିରେ ହେଟିକ୍ ର ଲିନିୟର୍ ଡ୍ରୟର୍ ସିଷ୍ଟମ୍, ସ୍ଲାଇଡିଂ ସଲ୍ୟୁସନ୍ସ, ଡୋର୍ ହାର୍ଡୱେର୍, ଫର୍ଣ୍ଣିଚର୍ ଲାଇଟିଂ ଏବଂ ବ୍ଲାଉପଙ୍କଟ୍ ବିଲ୍ଟ-ଇନ୍ ଆପ୍ଲାଏନ୍ସେସ୍ ଆଦି ଉପଲବ୍ଧ କରାଯାଇଛି। ଏହା ସହିତ ଗ୍ରାହକମାନେ ଏଠାରେ ହେଟିକ୍ ର ମାଗଣା ଡିଜାଇନ୍ ସେବାର ଲାଭ ମଧ୍ୟ ଉଠାଇପାରିବେ। ଷ୍ଟୋର୍ ରେ ଥିବା ବିଶେଷଜ୍ଞମାନେ ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଫର୍ଣ୍ଣିଚର୍ ଯୋଜନା ପ୍ରସ୍ତୁତ କରିବାରେ ପ୍ରାରମ୍ଭିକ ଚିନ୍ତାଧାରାରୁ ଆରମ୍ଭ କରି ଚୂଡ଼ାନ୍ତ ରୂପାୟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାର୍ଗଦର୍ଶନ କରିବେ।

ଏହି ବର୍ଣ୍ଣାଢ୍ୟ ଉଦ୍‌ଘାଟନୀ ଉତ୍ସବରେ ଆର୍-ଆଙ୍ଗେଲ୍ ଇନୋଭେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶିକା ସୁଶ୍ରୀ ରୋଲି ଗର୍ଗ, ହେଟିକ୍ ର ଜୋନାଲ୍ ହେଡ୍ ଶ୍ରୀ ପାର୍ଥ ଘୋଷ, ଆର୍-ଆଙ୍ଗେଲ୍ ଇନୋଭେସନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରତନ ଅଗ୍ରୱାଲ୍ ଏବଂ ତାଙ୍କ ପିତା ଶ୍ରୀ ବିମଳ ଅଗ୍ରୱାଲ୍ ଓ ମାତା ଶ୍ରୀମତୀ କିରଣ ଦେବୀ ଅଗ୍ରୱାଲ୍ ଉପସ୍ଥିତ ରହି ଷ୍ଟୋର୍ ର ଶୁଭାରମ୍ଭ କରିଥିଲେ।

ଭାରତର କୋଣ ଅନୁକୋଣରେ ଗ୍ରାହକମାନଙ୍କ ନିକଟରେ ପ୍ରିମିୟମ୍ ଫର୍ଣ୍ଣିଚର୍ ସମାଧାନ ଏବଂ ସର୍ବୋତ୍କୃଷ୍ଟ ଖୁଚୁରା ଅନୁଭୂତି ପହଞ୍ଚାଇବା ପାଇଁ ହେଟିକ୍ ର ଯେଉଁ ନିରନ୍ତର ପ୍ରତିବଦ୍ଧତା ରହିଛି, ଭୁବନେଶ୍ୱରର ଏହି ନୂତନ ଷ୍ଟୋର୍ ଯାହାର ସମ୍ପୂର୍ଣ ଠିକଣା ହେଟିକ୍ ଏକ୍ସକ୍ଲୁସିଭ୍ ଷ୍ଟୋର୍, ଆର୍-ଆଙ୍ଗେଲ୍ ଇନୋଭେସନ୍ସ, ତୃତୀୟ ମହଲା, ଲକ୍ଷ୍ମୀପ୍ରିୟା ଟ୍ୱିନ୍ ସିଟି ଟାୱାର୍ସ, ୩୦୦୨, ପାହାଳ, ଭୁବନେଶ୍ୱର, ଓଡ଼ିଶା – ୭୫୨୧୦୧ ତାହାକୁ ପ୍ରମାଣିତ କରୁଛି।

Leave A Reply

Your email address will not be published.