ଇଞ୍ଜିନିୟର ଜ୍ୟୋତି ରଞ୍ଜନ ବେହୁରିଆ କଳିଙ୍ଗ ଉଦୟ ସମ୍ମିଟ ରେ ସମ୍ମାନିତ*
ନ୍ୟୁଜ୍ ରୁମ୍ ଆୟୋଜିତ “କଳିଙ୍ଗ ଉଦୟ ସମ୍ମିଟ” କନକ୍ଳେଭରେ ଯୁବ ଉଦ୍ୟୋଗୀ ଇଞ୍ଜିନିଅର ଜ୍ୟୋତି ରଞ୍ଜନ ବେହୁରିଆ ସମ୍ମାନିତ ହୋଇଛନ୍ତି l ଓଡିଶା ସରକାରଙ୍କ ଆଇନ ତଥା ଅବକାରୀ ବିଭାଗ ମାନ୍ୟବର ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏହି ଉତ୍ସବରେ ଯୋଗଦେଇଥିଲେ l ଭୁବନେଶ୍ୱରରେ ଅବସ୍ଥିତ ଜେବି ଆସେଟ୍ସ ୨୦୧୨ ମସିହାରୁ ନିର୍ମାଣ ଓ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଗୁଣାତ୍ମକ ସେବା ଯୋଗାଇ ଆସୁଛି। ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡାଇରେକ୍ଟର ଇଞ୍ଜିନିୟର ଜ୍ୟୋତି ରଞ୍ଜନ ବେହୁରିଆଙ୍କ ନେତୃତ୍ୱରେ କମ୍ପାନୀ ୧୫ରୁ ଅଧିକ ପ୍ରକଳ୍ପ ସଫଳତାର ସହିତ ସମ୍ପନ୍ନ କରି, ୧ ମିଲିୟନ ବର୍ଗଫୁଟରୁ ଅଧିକ ଆବାସିକ ସ୍ଥାନ ପ୍ରଦାନ କରିଛି।ସେ କେବଳ ଜଣେ ଉଦ୍ୟୋଗୀ ନୁହଁନ୍ତି, ଜଣେ ଉଦାରବାନ ବ୍ୟକ୍ତିତ୍ୱ ହୋଇଥିବାରୁ ନ୍ୟୁଜ୍ ରୁମ୍ ତରଫରୁ ତାଙ୍କୁ ମର୍ଯ୍ୟାଦାଜନକ ସମ୍ମାନ ମିଳିଥିଲା l ନ୍ୟୁଜ୍ ରୁମ୍ ର ସିଇଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ଏବଂ ପ୍ରତିଷ୍ଠାତା ପ୍ରିୟଦର୍ଶୀ ବଳ ମଞ୍ଚରେ ଉପସ୍ଥିତ ଥିଲେ l