ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ, ସାଢ଼େ ୪ ଘଣ୍ଟା ଦର୍ଶନ ବନ୍ଦ

0

ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣ ପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାର୍ଶ୍ବରେ ସ୍ଵର୍ଣ୍ଣ ନିର୍ମିତ ଏକ ବଳୟକୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ ମାନେ ଏହି ସ୍ବତନ୍ତ୍ର ସେବା ସମ୍ପନ୍ନ କରିବେ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

ଏଣୁ ଆଜି ମଧ୍ୟାହ୍ନରେ ପ୍ରାୟ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ରାହୁରେଖା ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ। ରଥଯାତ୍ରା ସମୟ ଶ୍ରୀଜୀଉଙ୍କ ମସ୍ତକରୁ ଏହି ରାହୁ ରେଖା ଓଲାଗି ହୋଇଥିଲା । ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପୀଡିତ ଶ୍ରୀଜୀଉଙ୍କ ମସ୍ତକରୁ ରାହୁ ରେଖା ଓଲାଗି କରିଥିଲେ ଦଇତାପତି ସେବକ ।

Leave A Reply

Your email address will not be published.