ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

0

ଶ୍ରୀମଦ ଭଗବତ ଗୀତା ବିଦ୍ୟା ମନ୍ଦିର, ନୟାପଲ୍ଲୀ ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଶତାଧିକ ଛାତ୍ରଛାତ୍ରୀ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ରାଧା କ୍ରିଷ୍ଣ ଙ୍କର ବେଶରେ ବିଦ୍ୟାଳୟକୁ ଆସିଥିଲେ l କୋମଳମତି ଶିଶୁମାନଙ୍କର ଖୁବ ସୁନ୍ଦର ରାଧା କୃଷ୍ଣ ବେଶ କିଛି ମୁହୂର୍ତ୍ତ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଉପସ୍ଥିତ ଗୁରୁଜୀ ଗୁରୁମା, ଆମନ୍ତ୍ରିତ ଅତିଥି ଏବଂ ଅଭିଭାବକମାନେ ଭାବବିହ୍ଵଳ ହୋଇଥିଲେ l ବିଦ୍ୟାଳୟ ପରିସରରେ ଫ୍ୟାନ୍ସି ଡ୍ରେସ, ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ l

 

ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବହୁତ ଉତ୍ସାହିତ ହୋଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ମନରେ ଆଗ୍ରହ ବଢ଼ାଇବା, ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପଦ୍ମଜା ପ୍ରିୟଦଶିନୀ ଯୋଗଦେଇ ଲଡୁ ବାଣ୍ଟିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ଦର୍ଶନ ମାହୁନ୍ତ,ଅନଙ୍ଗ ଚରଣ ଦାସ, ସୁଲୋଚନା ଗୁରୁମା ଓ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ବୃନ୍ଦଙ୍କ ସମେତ ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ରହି ଜନ୍ମାଷ୍ଟମୀ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର କୁମାର ଜେନା ଓ ସଭାପତି ଶ୍ରୀଯୁକ୍ତ କିଶୋର ମହାପାତ୍ର,ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ l
ବିଦ୍ୟାଳୟର ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ ମନୋବଳ ବଢ଼ାଉଥିବାରୁ ସ୍ଥାନୀୟ ଲୋକମାନେ କର୍ପୋରେଟର ମହାଶୟାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ l

Leave A Reply

Your email address will not be published.