ନୂଆଦିଲ୍ଲୀ: ଆଜି ସାରା ଦେଶରେ ବ୍ୟାଙ୍କ ସେବା ଠପ୍ । ୪ ଦଫା ଦାବି ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ବା UFBU । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ୍, ନୂତନ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଭଳି କେତେକ ଦୀର୍ଘଦିନର ଦାବିକୁ ନେଇ UFBU ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଓ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।
ଦାବିଗୁଡ଼ିକ ନେଇ ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଧର୍ମଘଟ ଯୋଗୁଁ ବ୍ୟାଙ୍କର ଶାଖା ଓ କାର୍ଯ୍ୟାଳୟରେ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ବା IBA ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘଗୁଡ଼ିକ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।