ଜୀ-ସାର୍ଥକରେ ବିଶ୍ୱାସ, ଭକ୍ତି ଓ ଭଲପାଇବାର ଅପୂର୍ବ କାହାଣୀ ‘ମଙ୍ଗଳମୟୀ ତୁ ମା’ ମଙ୍ଗଳା’ ଚଳଚିତ୍ର ଦେଖନ୍ତୁ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ

0

ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ ଦର୍ଶକଙ୍କ ପାଇଁ ପୁଣି ଏକ ନୂଆ ଏବଂ ଭିନ୍ନ ସ୍ୱାଦର ପାରିବାରିକ ଚଳଚ୍ଚିତ୍ର ନେଇ ଆସୁଛି। ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ଜୀ-ସାର୍ଥକ ପରଦାରେ ପ୍ରସାରିତ ହେବାକୁ ଯାଉଛି ନୂତନ ଓଡ଼ିଆ ସିନେମା ‘ମଙ୍ଗଳମୟୀ ତୁ ମା’ ମଙ୍ଗଳା’। ମା’ ମଙ୍ଗଳାଙ୍କ ଅଲୌକିକ ମହିମା, ଭକ୍ତି, ଏବଂ ନିଚ୍ଛକ ଭଲପାଇବାକୁ ନେଇ ପ୍ରସ୍ତୁତ ଏହି ସିନେମା ଦର୍ଶକଙ୍କ ମନ ଜିଣିବ ବୋଲି ପ୍ରଯୋଜନା ସଂସ୍ଥା ଦୃଢ଼ ଆଶା ରଖିଛି।

ଚଳଚ୍ଚିତ୍ରର କାହାଣୀ ଏକ ସରଳ, ଅନାଥ ତଥା ଦୟାଳୁ ଝିଅ ‘ଗୌରୀ’କୁ ନେଇ ଆରମ୍ଭ ହୋଇଛି, ଯାହାର ବିବାହ ‘ଅବିନାଶ’ ସହ ହୋଇଛି। କିନ୍ତୁ ଅବିନାଶ ଅନ୍ୟ ଜଣେ ଝିଅକୁ ଭଲପାଏ ଏବଂ ଏହି ବିବାହକୁ ନେଇ ଅସନ୍ତୁଷ୍ଟ ଥାଏ। ଅବିନାଶ ଗୌରୀକୁ ସହରକୁ ନେଇଯାଏ, କିନ୍ତୁ ପତ୍ନୀର ମାନ୍ୟତା ନଦେଇ ସମସ୍ତଙ୍କ ସାମ୍ନାରେ ତାକୁ ଜଣେ ଘରୋଇ ଚାକରାଣୀ ଭାବରେ ପରିଚୟ କରାଏ। ଗୌରୀ ମା ମଙ୍ଗଳାଙ୍କ ଜଣେ ବଡ ଭକ୍ତ । ମା ମଙ୍ଗଳ ଙ୍କୁ ଭରସା କରି, ସମସ୍ତ ଦୁଃଖ ଆଉ କଷ୍ଟକୁ ସହ୍ୟ କରି ଗୌରୀ ଧୈର୍ଯ୍ୟର ଅବିନାଶ ପ୍ରତି ସହ ସମସ୍ତ ଦାୟିତ୍ୱ ତୁଲାଇଥାଏ ।

ଏତିକି ବେଳେ କାହାଣୀରେ ଏକ ରହସ୍ୟମୟୀ ତଥା ବୁଦ୍ଧିମତୀ ଛୋଟ ଝିଅ ‘ଲାଲି’ର ପ୍ରବେଶ ହୁଏ। ଲାଲି କିଏ ଓ କାହିଁକି ସେମାନଙ୍କ ଜୀବନରେ ଆସେ ? ତେବେ ଅବିନାଶ ଗୌରୀର ପ୍ରକୃତ ଭଲପାଇବା ଓ ତ୍ୟାଗକୁ ବୁଝିପାରି ତାକୁ ପତ୍ନୀ ଭାବେ ଗ୍ରହଣ କରିବ ତ ? ଯାହାର ଉତ୍ତର ମିଳିବ ଶେଷରେ ।

ଏହି ସିନେମାରେ ଓଲିଉଡର ଚର୍ଚ୍ଚିତ କଳାକାରମାନେ ଅଭିନୟ କରିଛନ୍ତି। ମୁଖ୍ୟ ଚରିତ୍ର ଅବିନାଶ ଭୂମିକାରେ ଜ୍ୟୋତିପ୍ରକାଶ ପଣ୍ଡା, ଗୌରୀ ଭୂମିକାରେ ମାନସୀ ପାଲ୍, ଲାଲି ଭୂମିକାରେ ଈଶାନୀ ପଣ୍ଡା ଏବଂ ମୁଗ୍ଧା ଚରିତ୍ରରେ ପିହୁ ମହାପାତ୍ର ନଜର ଆସିବେ।

ଏହି ମେଗା ଚଳଚ୍ଚିତ୍ରର ପ୍ରସାରଣକୁ ନେଇ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀଯୁକ୍ତ ରାହୁଲ ରାଓ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, “ଜୀ-ସାର୍ଥକ ସର୍ବଦା ଓଡ଼ିଶାର କଳା, ସଂସ୍କୃତି, ପାରମ୍ପରିକ ବିଶ୍ୱାସ ଏବଂ ପାରିବାରିକ ମୂଲ୍ୟବୋଧକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିଆସିଛି। ‘ମଙ୍ଗଳମୟୀ ତୁ ମା’ ମଙ୍ଗଳା’ ଏମିତି ଏକ ସୁନ୍ଦର କାହାଣୀ, ଯାହା ଭକ୍ତି ଏବଂ ଭଗବାନଙ୍କ ଉପରେ ଥିବା ଅତୁଟ ବିଶ୍ୱାସକୁ ଦର୍ଶାଏ। ପ୍ରକୃତ ଭଲପାଇବା, ତ୍ୟାଗ ଏବଂ ଦୈବୀକୃପା ଆଗରେ ସବୁ ଖରାପ ଶକ୍ତି କିପରି ହାର ମାନେ, ତାହା ଦର୍ଶକ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ପାଇବେ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ସନ୍ଧ୍ୟା ୬:୩୦ ମିନିଟରେ ଆପଣମାନେ ନିଜ ସପରିବାର ଏହି ହୃଦୟସ୍ପର୍ଶୀ ଚଳଚ୍ଚିତ୍ରକୁ ନିଶ୍ଚୟ ଦେଖନ୍ତୁ ଏବଂ ସବୁଥର ଭଳି ଆମକୁ ଆପଣଙ୍କର ଭଲପାଇବା ଦିଅନ୍ତୁ।”

Leave A Reply

Your email address will not be published.