ପିୟୁଷ-ପାୟଲିଆ ଯୋଡ଼ିରେ ପ୍ରଥମ ମ୍ୟୁଜିକ୍ ଭିଡିଓ*
ଆସୁଛି ପାର୍ବଣ ଋତୁ l ମଣ୍ଡପ କମ୍ପିବ ମନ୍ତ୍ର ଧ୍ୱନୀରେ ଆଉ ମଞ୍ଚ ଦୁଲୁକିବ ଗୀତ ଆଉ ନାଚରେ l ପ୍ରତ୍ୟେକ ପର୍ବର ଆଗମନରେ ନିର୍ଦ୍ଦେଶକ ବାବୁ ବାବୁ ଭେଟି ଦେଇଥାନ୍ତି ନୂଆ ମ୍ୟୁଜିକ୍ ଭିଡିଓl ଚଳିତ ପାର୍ବଣ ଋତୁ ପାଇଁ ଏକ ବଡ଼ ବଜେଟର ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ ଯାହାର ନାଁ ରହିଛି ମେଦିନୀପୁରର ମେନକା l ପିୟୁଷ ତ୍ରିପାଠୀ ଓ ପାୟଲ ଙ୍କ ଯୋଡ଼ିରେ ପ୍ରଥମଥର ପାଇଁ ଆସୁଛି ଏହି ମ୍ୟୁଜିକ୍ ଭିଡିଓ l ଗଣେଶ ପୂଜା ଅବସରରେ ମେଦିନୀପୁରର ମେନକା ମୁକ୍ତିଲାଭ କରିବ ହେଲେ ପୁରା ପାର୍ବଣ ଋତୁରେ ରାଜ୍ କରିବ ବୋଲି ଦାବି ସହ କହିଛନ୍ତି ନିର୍ଦ୍ଦେଶକ ବାବୁ ବାବୁ l
ପିୟୁଷ ତ୍ରିପାଠୀ ଏବଂ ପାୟଲ
ଙ୍କ ବ୍ୟତୀତ ସହ କଳାକାର ଭାବେ ସିନେ ପ୍ରଯୋଜକ ତଥା ଅଭିନେତା ଶ୍ରୀଧର ମାର୍ଥା ଏକ ବିଶେଷ ଭୂମିକାରେ ନଜର ଆସିବେ l ତାଙ୍କ ସହିତ ସିପୁ, ସୋମିଆ ଏବଂ ମାନସ ମଧ୍ୟ ଅଭିନୟ କରିଛନ୍ତି l ପ୍ରଯୋଜନା କରିଛନ୍ତି ପ୍ରଶାନ୍ତ କୁମାର ବେହେରା l ଦେବେଶ ପତି ଏବଂ ଅସୀମା ପଣ୍ଡା କଣ୍ଠଦାନ କରିଥିବା ବେଳେ ବିରାଜା ପ୍ରସାଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l ଡଃ ଦୀପକ ଜେନା ଏହି ଗୀତକୁ ରଚନା କରିଛନ୍ତି l
ସହଯୋଗୀ ନିର୍ଦ୍ଦେଶକ ଭାବେ ପ୍ରେମ୍ , ଡିଓପି ବିଜୁ, କୋରିଓଗ୍ରାଫର ସୂର୍ୟାନ ରଥ,
ସମ୍ପାଦନା କରିଛନ୍ତି କେଡି ସିପୁନ ଏବଂ ଡିଆଇ କରିଛନ୍ତି ଡିଜିଟାଲ୍ ଡ୍ରିମ୍ସ l ଆଗକୁ ଗଣେଶ ପୂଜା, ଦଶହରା ପୂଜା, ଗଜଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଥିବାରୁ ମେଲୋଡି ମଞ୍ଚ ତଥା ଯାତ୍ରା ମଞ୍ଚରେ ଏହି ଗୀତର ନାଚରେ ଦର୍ଶକ ଢେର ମନୋରଞ୍ଜନ ପାଇବେ ବୋଲି ମ୍ୟୁଜିକ୍ ଭିଡିଓ ନିର୍ମାତା ପ୍ରକାଶ କରିଛନ୍ତି l