ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦିଗ୍ରାମ କଂଗ୍ରେସ ପ୍ରାର୍ଥୀ ଗରିଫ, ଅକଳରେ ମମତା!

0

ଆସନ୍ତା ଅକ୍‌ଟୋବର ୬ ତାରିଖରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମିଲନ ପ୍ରଧାନଙ୍କୁ ପଶ୍ଚିମବଙ୍ଗ ପୁଲିସ ଶୁକ୍ରବାର ଗିରଫ କରିଛି । ୨୦୦୭ ମସିହାରେ ନନ୍ଦିଗ୍ରାମ ଜମିଅଧିଗ୍ରହଣ ବେଳେ ଘଟିଥିବା ହିଂସାକାଣ୍ଡରେ ମିଲନ ପ୍ରଧାନ ସମ୍ପୃକ୍ତ ଥିଲେ । ତାଙ୍କ ନାମରେ ହତ୍ୟା ଅଭିଯୋଗ ଥିଲା ବୋଲି ପୁଲିସ କହିଛି । ନନ୍ଦିଗ୍ରାମ ଉପନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବାକୁ ମମତା ବାନାର୍ଜୀ ଘୋଷଣା କରିବାର ମାତ୍ର କେଇ ଘଂଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଗିରଫ କରାଯିବା ଘଟଣା ପଶ୍ଚିମବଙ୍ଗ ରାଜନୀତିକୁ ରୋଚକ ମୋଡକୁ ନେଇ ଆସିଛି ।
ଉଲ୍ଲେଖଯୋଗ୍ୟ ଯେ, ମମତାଙ୍କ ଗୋଷ୍ଠୀ ପକ୍ଷରୁ ଏହି ଆସନ ପାଇଁ ପୂର୍ବରୁ ରାଜ୍ୟରେ ଶିକ୍ଷକ ସ୍କାମ ଘଟଣାରେ ଚାକିରି ହରାଇଥିବା ଜଣେ ଅଣରାଜନୈତିକ ମହିଳା ସଂଚିତା ପ୍ରଧାନ ଦେଙ୍କୁ ପ୍ରାର୍ଥି କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ସଂଚିତା ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ । ଯେତେବେଳେ ନିର୍ବାଚନ କମିଶନଙ୍କ କାର୍ଯ୍ୟକଳାପକୁ ନେଇ ମମତା ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ, ଠିକ୍ ସେତିକି ବେଳେ ହିଁ ସଂଚିତ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ ।

ଖବର ପାଇ କିଂକର୍ତବ୍ୟମୁଢ ମମତା ଶେଷରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ତାଙ୍କ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କ ଘୋଷଣା ପରେ ପରେ ପୁଲିସ ମିଲନଙ୍କୁ ଗିରଫ କରିଥିବାରୁ ମମତାଙ୍କ ପରବର୍ତୀ ରଣନୀତି କଣ ରହିବା, ତାହା ଦେଖିବା ବାକି ରହିଛି । ଅନ୍ୟପକ୍ଷରେ କଂଗ୍ରେସ ନେତା ସୁଧିରଂଜନ ଚୌଧୁରୀ କହିଛନ୍ତି, ମମତା କାହାକୁ ସମର୍ଥନ ଦେବେ ନ ଦେବେ, ତାହା ତାଙ୍କ ଦଳର ନିଷ୍ପତି । କଂଗ୍ରେସ କାହାଠୁ ସମର୍ଥନ ମାଗିନାହିଁ ।

Leave A Reply

Your email address will not be published.