ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ । ବୈଠକ ନେଲେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ ସୌଦାନ ସିଂ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ ବିଧାୟକ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କଲେ l ଆଗକୁ ପୌର ଓ ପଂଚାୟତ ନିର୍ବାଚନ ରହିଥିବା ବେଳେ ସୌଦlନ ସିଂଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ l
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୌଦlନ ସିଂଙ୍କ ଭେଟଘଟକୁ ନେଇ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ଦେଇଛନ୍ତି,ରାଜ୍ୟରେ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଶେଷ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚାଇବା ତଥା ରାଜ୍ୟର ସାମଗ୍ରିକ ବିକାଶ ସମ୍ପର୍କରେ ଫଳପ୍ରଦ ବିଚାରବିମର୍ଶ ହେଲା l
ତାଙ୍କର ଦୀର୍ଘ ସାଙ୍ଗଠନିକ ଅଭିଜ୍ଞତା ଓ ମାର୍ଗଦର୍ଶନ ଆମ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଶକ୍ତି ଓ ଉତ୍ସାହ ପ୍ରଦାନ କରିବ ବୋଲି l ସେପଟେ ବିଧାୟକ ଫକୀର ମୋହନ ନାୟକ କହିଛନ୍ତି, ସୌଦାନ ସିଂଙ୍କ ସହିତ ଚର୍ଚ୍ଚା ଆଲୋଚନା ହେଲା । ସଂଗଠନକୁ ନେଇ ଆଲୋଚନ କଲେ । ସଂଗଠନ ସହିତ ଚାଲିବା ପାଇଁ କହିଲେ । ଦଳ ଯଦି ରହିବ ସଙ୍ଗଠନ ମାଧ୍ୟମରେ ରହିବ ।
ସଂଗଠନକୁ ଗୁରୁତ୍ୱ ପ୍ରାଧାନ୍ୟ ଦେବାକୁ ନିର୍ଦେଶ ଦେଲେ l ପ୍ରତି ଗାଁକୁ ଯାଅ,ଲୋକଙ୍କ ସୁଖ ଦୁଃଖରେ ରହିବାକୁ କହିଲେ l ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂ ଦେଓ, ରାଜ୍ୟ କାର୍ଯ୍ୟାଳୟରେ ସୌଦାନ ସିଂ ସହିତ ସାକ୍ଷାତ କରିଛନ୍ତି l ସୂଚନା ଅନୁସାରେ ଆସନ୍ତାକାଲି ବି ବିଧାୟକ ମନ୍ତ୍ରୀ ସାଂସଦ ସହିତ ଆଲୋଚନା କରିବେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ l