ଫରାସୀ ଲେଖିକା ଆନ୍ନି ଏର୍ନାକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟରେ ମିଳିବ ନୋବେଲ
ନୂଆଦିଲ୍ଲୀ(ଆମ ଟିଭି): ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ଜାରି ରହିଛି। ଏହାରି ଭିତରେ ଆଜି ଘୋଷଣା ହୋଇଛି ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର । ଫରାସୀ ଲେଖିକା ଆନ୍ନି ଏର୍ନାକ୍ସ ସାହିତ୍ୟ ବିଭାଗରେ ନେବୋଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଆନ୍ନି ଏର୍ନାକ୍ସଙ୍କ ଲିଖିତ “for the courage and clinical acuity with which she uncovers the roots, estrangements and collective restraints of personal memory.” କୃତୀ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।
ଆନ୍ନି ଏର୍ନାକ୍ସ ତାଙ୍କ ଲେଖାରେ, କ୍ରମାଗତ ଭାବରେ ଏବଂ ବିଭିନ୍ନ ଦିଗରୁ, ଲିଙ୍ଗ, ଭାଷା ଓ ବିଭିନ୍ନ ଶ୍ରେଣୀର ଲୋକଙ୍କ ସମ୍ବନ୍ଧରେ ଦୃଢ଼ ପାର୍ଥକ୍ୟ ସହ ଜୀବନର ସ୍ଥିତିକୁ ତର୍ଜମା କରିଛନ୍ତି । ଏପରି ଲେଖା ପାଇଁ ଦୃଢ଼ ଏକାଗ୍ରତା ସହ ଏହା ତାଙ୍କ ପାଇଁ କଠିନ ଥିଲା । ସାହିତ୍ୟ ବିଭାଗ ପାଇଁ ସ୍ୱିଡେନ୍ର ଷ୍ଟକହୋମ୍ ସ୍ଥିତ ସ୍ୱେଡେସ୍ ଏକାଡେମୀ ଚୟନ କାର୍ଯ୍ୟ କରୁଥିବା ବେଳେ ଏକାଡେମୀ ଏକ ଷ୍ଟେଟ୍ମେଣ୍ଟ ଜାରିକରି ସୂଚନା ଦେଇଛି । ନୋବେଲ୍ ସମ୍ମାନର ଚତୁର୍ଥ ପୁରସ୍କାର ଭାବେ ସାହିତ୍ୟକୁ ରଖିଥିଲେ ଆଲ୍ଫ୍ରେଡ୍ ନୋବେଲ୍ । ଏନେଇ ସେ ତାଙ୍କ ଉଇଲ୍ରେ ଲେଖିଯାଇଛନ୍ତି ।