ଫିଲ୍ମ ପୁଷ୍ପା ୨କୁ ନେଇ କଣ କହିଲେ ରଶ୍ମିକା
ନୂଆଦିଲ୍ଲୀ (ଆମ ଟିଭି): ଫିଲ୍ମ ପୁଷ୍ପା ପୁରା ଭାରତରେ କଣ ବିଦେଶ ମଧ୍ୟ ଚହଳ ସୃଷ୍ଟି କରିଥିଲା ।ପୁଣି ଏବେ ଫିଲ୍ମ ‘ପୁଷ୍ପା ୨’ ଘୋଷଣା ହେବା ପରଠାରୁ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଗୁଜବ ସୃଷ୍ଟି ହେଉଛି। ବର୍ତ୍ତମାନ ରଶ୍ମିକା ଫିଲ୍ମ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ରଶ୍ମିକା ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ‘ଗୁଡ୍ବାଏ’ କୁ ନେଇ ଚର୍ଚ୍ଚାରେ। ଫିଲ୍ମର ପ୍ରମୋସନ୍ ପାଇଁ ସେ ଅନେକ ଇଭେଣ୍ଟରେ ଯୋଗ ଦେଉଛନ୍ତି। ଏହି ସମୟରେ ଏକ ଇଣ୍ଟରଭ୍ୟୁରେ, ରଶ୍ମିକା ‘ପୁଷ୍ପା ୨’ ବିଷୟରେ କହିଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ଫିଲ୍ମର ଟିମ୍ ପୁଷ୍ପା: ଦି ରୁଲ୍ ଉପରେ କାମ ଆରମ୍ଭ କରିବେ।