ଓଡ଼ିଶାରେ ଆରମ୍ଭ ହେବ ‘ଗାଁ ଦିବସ’ ଅଭିଯାନ, ୩୦ ହଜାର ଗାଁକୁ ଯୋଡ଼ିବା ଲକ୍ଷ୍ୟ

0

ଉତ୍ତରା ଭୁବନେଶ୍ୱର: ଉତ୍ତରା ଗାନ୍ଧୀନଗର ଭୁବନେଶ୍ୱର କଳାକ୍ଷେତ୍ର ଭବନ ରେ ଓଡ଼ିଶାର ଅଗ୍ରଣୀ କଳା ସଂସ୍କୃତି ଓ ବିକାଶ ଅନୁଷ୍ଠାନ କଳାକ୍ଷେତ୍ର ଦ୍ୱାରା “ଗାଁ ଦିବସ – Village Day” ଅଭିଯାନ ର poster ଉନ୍ମୋଚନ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ଶ୍ରୀ ଅଶ୍ରୁ୍ମୋଚନ ମହାନ୍ତି, ପ୍ରତିଷ୍ଠାତା ସଦସ୍ୟ ସମ୍ପାଦକ ଶ୍ରୀ ବାସୁଦେବ ମାଳବିଶୋଇ, ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ପଟନାୟକ ଓ଼. ପ୍ର.ସେ ଓ ପୂର୍ବତନ ଅତିରିକ୍ତ ସଚିବ ଗୃହ ବିଭାଗ ଶ୍ରୀ ଶ୍ରୀଭୂଷଣ ଶୁକ୍ଲା ଓ. ପ୍ର. ସେ ପ୍ରମୁଖ ପୋଷ୍ଟର ଉନ୍ମୋଚନ କରିଥିଲେ l

ଜାନୁଆରୀ 2021 ମସିହାରୁ ଓଡ଼ିଶାରେ କଳା ସଂସ୍କୃତି ଓ ପରମ୍ପରା ର ପ୍ରଚାର ପ୍ରସାର ଓ ଦୃଡ଼ିଭୂତ ପାଇଁ କାମ କରୁଥିବା କଳାକ୍ଷେତ୍ର ଅନୁଷ୍ଠାନ ର ପ୍ରଥମ ରାଜ୍ୟ ସ୍ତରୀୟ ଅଭିଯାନ ” ଗାଁ ଦିବସ ଅଭିଯାନ ରୁ ନିଜର କାମ ଆରମ୍ଭ କରିଥିଲା l କ୍ରମଶଃ 2025 ମସିହାରେ “ଆମେ ପାଳିବା ଗାଁ ଦିବସ – ଦୀପାବଳି ରେ ପ୍ରତି ବରଷ” ସ୍ଲୋଗାନ ରେ ଅକ୍ଟବେର 21, 22 ଓ 23 ରେ ଓଡ଼ିଶାର 30 ଜିଲ୍ଲା 100 block ଓ 300 ଗ୍ରାମରେ ପାଳନ କରିଥିବା ବେଳେ ଚଳିତ ବର୍ଷ ଏହା 30ଜିଲ୍ଲା, 300 ବ୍ଲକ, 30000 ଗ୍ରାମ ଓ 30 ସହର ରେ ପାଳନ କରିବା ଲକ୍ଷ୍ୟ ରଖିଥିବା କଥା ସଭାପତି ଶ୍ରୀ ଅଶ୍ରୁ୍ମୋଚନ କହିଥିଲେ l ଏହା ସହ କଳାକ୍ଷେତ୍ର ର ପ୍ରତି ଜିଲ୍ଲା ରେ ଥିବା “କଳାକ୍ଷେତ୍ର ଆଦର୍ଶ ଗ୍ରାମ ” ରେ ଗାଁ ଦିବସ ପାଳନ କରାଯିବା କଥା ଶ୍ରୀ ଅଶ୍ରୁ୍ମୋଚନ କହିଥିଲେ l

ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶରେ ଗାଁ ଦିବସ ପାଳନ କରାଯାଉନାହିଁ, ଭାରତ ରେ ବି ଗାଁ ଦିବସ ପାଳନ କରାଯାଉନାହିଁ l ଭାରତ ର ଆତ୍ମା ଗାଁ ରେ ଅଛି ବୋଲି ବାପୁଜୀ କହିଥିଲେ l ବର୍ତମାନ ଭାରତରେ ପ୍ରାୟ 6 ଲକ୍ଷ୍ୟ 50 ହଜାର ଗ୍ରାମ ଓ ଓଡ଼ିଶାରେ ପ୍ରାୟ 51,000 ଗ୍ରାମ ଥିବାବେଳେ ଗ୍ରାମରେ ଥିବା କଳା ସଂସ୍କୃତି ପରମ୍ପରା ଭାଇଚାରା, ଲୋକକଳା ଲୋକସଂସ୍କୃତି ଧୀରେ ଧୀରେ ନଷ୍ଟ ହେବାକୁ ଗଲାଣି ଓ ଏହାକୁ ସୁରକ୍ଷା କରିବା ପ୍ରତ୍ୟେକ ନାଗରିକ ଙ୍କ ଦାୟିତ୍ୱ କର୍ତ୍ତବ୍ୟ ଏବଂ ଏହାକୁ ଗାଁ ଦିବସ VILLAGE DAY ସମସ୍ତ ଙ୍କୁ ଏକତ୍ରିତ କରିବ ଓ ଗାଁ ର କଳା ସଂସ୍କୃତି ଓ ବିକାଶ କଥା ଏଥିରେ ସ୍ଥାନ ପାଇବ ବୋଲି ପ୍ରତିଷ୍ଠାତା ସଦସ୍ୟ ସମ୍ପାଦକ ଶ୍ରୀ ମାଳବିଶୋଇ କହିଥିଲେ l

ଏହା ବ୍ୟତୀତ ଚଳିତ ବର୍ଷର ରାଜ୍ୟ ସ୍ତରୀୟ ଗାଁ ଦିବସର ଶୁଭାରମ୍ଭ ଅନୁଗୁଳ ଜିଲ୍ଲାର କଳାକ୍ଷେତ୍ର ଗ୍ରାମ ରୁ ଆରମ୍ଭ କରାଯିବ ବୋଲି ଜଣା ପଡିଥିଲା l ଅନ୍ୟ ମାନଙ୍କ ଭିତରୁ କଳାକ୍ଷେତ୍ର ସଂକୀର୍ତ୍ତନ ପରିକ୍ରମା କାର୍ଯ୍ୟକ୍ରମ ର ସଭାପତି ଶ୍ରୀ ନରେନ୍ଦ୍ର ପାଟଶାଣୀ, କଳାକ୍ଷେତ୍ର ଜିଲ୍ଲା ସଂଯୋଜକ ପୁରୀ ତଥା କୋଷାଧକ୍ଷ ଶ୍ରୀ ନାରାୟଣ ସ୍ୱାଇଁ, କଳାକ୍ଷେତ୍ର ଜିଲ୍ଲା ସଂଯୋଜକ ଅନୁଗୁଳ ସବିତା ସିଂ, ବ୍ଲକ ସଂଯୋଜକ ଡେଲାଙ୍ଗ ଶ୍ରୀ ବସନ୍ତ ମହାରଣା ପୁରୀ ପ୍ରମୁଖ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l

Leave A Reply

Your email address will not be published.