ରାଷ୍ଟ୍ରପତି ବିରୋଧରେ ଆପତ୍ତିଜନ ମନ୍ତବ୍ୟ ପଡ଼ିଲା ମହଙ୍ଗା

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଅଡୁଆରେ । ଜାତୀୟ ମହିଳା କମିଶନ ଏଥିଲାଗି ଉଦିତ ରାଜଙ୍କୁ ନୋଟିସ ଜାରି କରିଛନ୍ତି।  ଏନେଇ ଜବାବ ରଖିବାକୁ ଉଦିତ ରାଜଙ୍କୁ ଏଥିରେ କୁହାଯାଇଛି। ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଇଥିବା ଭାଷଣକୁ ନେଇ ଉଦିତ ରାଜ ଟ୍ୱିଟ୍ କରିଥିଲେ । ଚାମଚାଗିରିର ସବୁ ସୀମା ପାର୍ ହୋଇଗଲା ବୋଲି ଦ୍ରୌପଦୀଙ୍କ ଭାଷଣକୁ ନେଇ ଉଦିତ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ । ଏହାପରେ ଉଦିତଙ୍କୁ ବିଜେପି ତୀବ୍ର ସମାଲୋଚନା କରଥିଲା । ଏଥିପାଇଁ ଉଦିତ ଓ କଂଗ୍ରେସ କ୍ଷମା ମାଗୁ ବୋଲି ବିଜେପି ଦାବି କରିଥିଲା।

ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଉଦିତ ପୁଣି ଟ୍ୱିଟ୍‌ କରି ଜବାବ ରଖିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ମତ ଥିଲା । ଏଥିରେ କଂଗ୍ରେସ ଦଳର କୌଣସି ସଂପର୍କ ନାହିଁ ବୋଲି ସେ ଲେଖିଥିଲେ । ଏହାସହ ସେ ଆହୁରି ଲେଖିଥିଲେ ଯେ, ଜଣେ ଦଳିତ ଓ ଆଦିବାସୀ ନେତାଙ୍କୁ ତାଙ୍କ ଭଳି ଜଣେ ଦଳିତ ନେତା ହିଁ ପ୍ରଶ୍ନ କରିପାରିବେ । କୌଣସି ଉଚ୍ଚ ଜାତିର ଲୋକ ପ୍ରଶ୍ନ କରିପାରିବେ ନାହିଁ ବୋଲି ସେ ଲେଖିଥିଲେ।

Leave A Reply

Your email address will not be published.