ଭାଗୀରଥୀ ହତ୍ୟା ମାମଲାରେ ନୂଆ ମୋଡ଼, ୧୬ ବର୍ଷ ପରେ ଜେଲ୍ ଗଲେ ଭାସ୍କର ରାଓ
ଜେଲ୍ ଗଲେ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ । ରାୟଗଡ଼ା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଗଲେ । ଭାଗୀରଥୀ ହତ୍ୟା ମାମଲାରେ ବଡ଼ ମୋଡ଼ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆତ୍ମସମର୍ପଣ କରିଥିଲେ । ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ଜାମିନ ରଦ୍ଦ । ୧୬ ବର୍ଷ ପୂର୍ବ ହତ୍ୟା ମାମଲା ପୁଣି ଚର୍ଚ୍ଚାରେ । ସୁପ୍ରିମକୋର୍ଟ ଭାସ୍କର ରାଓଙ୍କ ଜାମିନ ରଦ୍ଦ କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଅନ୍ୟପଟେ, ଏହି ଘଟଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ୧୬ ବର୍ଷ ତଳର ଭାଗୀରଥୀ ହତ୍ୟା ମାମଲା । ଦୀର୍ଘ ବର୍ଷ ପରେ ମାମଲାରେ ଏଭଳି ଆଇନଗତ ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ଏହି ମାମଲାରେ ଆଗକୁ ଆଇନଗତ ପ୍ରକ୍ରିୟା କେଉଁ ଦିଗକୁ ଯିବ ଏବଂ ପରବର୍ତ୍ତୀ ଶୁଣାଣିରେ କୋର୍ଟ କି ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।