ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ। ଉଭୟ ନେତା ଏକାଠି ଛିଡ଼ା ହୋଇ ଫଟୋ ମଧ୍ୟ ଉଠାଇଥିଲେ। ଏହା ବ୍ୟତୀତ, ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଆଲୋକର ପର୍ବ ଦୀପାବଳିକୁ ନେଇ ଏବେ ସାରା ଦେଶରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ଦେଶ ବିଦେଶରେ ଥିବା ଭାରତୀୟମାନେ ଯିଏ ଯୋଉଠି ଅଛନ୍ତି ସେଠାରେ ଏହି ପର୍ବକୁ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି। ଏମିତିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିଥିବା ଜଣାପଡିଛି।