ଶୀତଋତୁ ପାଇଁ ବନ୍ଦ ହେବ ବଦ୍ରୀନାଥ ମନ୍ଦିର, ଜ୍ୟୋତିର୍ମଠରେ ମିଳିବ ଭଗବାନଙ୍କ ଦର୍ଶନ

0

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରଧାମ ମଧ୍ୟରେ ଅନ୍ୟତମ ବଦ୍ରୀନାଥ ଧାମର କବାଟ ଏବେ ଶୀତଋତୁ ପାଇଁ ବନ୍ଦ ହେବାକୁ ଯାଉଛି । ଏହା ସହିତ ୨୦୨୬ ମସିହାର ଚାରଧାମ ଯାତ୍ରାର ମଧ୍ୟ ଶେଷ ହେବ । ମନ୍ଦିରର କପାଟ ବନ୍ଦ କରିବା ପୂର୍ବରୁ ଧାର୍ମିକ ପରମ୍ପରା ଅନୁଯାୟୀ ଧାମରେ ପାଞ୍ଚ ଦିନିଆ ପଞ୍ଚପୂଜା ଆରମ୍ଭ ହୋଇସାରିଛି । ପରମ୍ପରା ଅନୁସାରେ, ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍‌ରେ ବିଧିବିଧାନ ସହିତ ଭଗବାନ ବଦ୍ରୀ ବିଶାଳଙ୍କ ମନ୍ଦିରର କପାଟ ବନ୍ଦ କରାଯିବ । ଏହା ପରେ ଶୀତଋତୁରେ ଶ୍ରଦ୍ଧାଳୁମାନେ ଜ୍ୟୋତିର୍ମଠରେ ଭଗବାନଙ୍କ ଦର୍ଶନ କରିପାରିବେ । ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ମଧ୍ୟ କପାଟ ବନ୍ଦ ହେବାର ପ୍ରକ୍ରିୟା ଏବଂ ଶୀତକାଳୀନ ଦର୍ଶନ ପରମ୍ପରା ସମ୍ପର୍କରେ ସୂଚନା ଦେଇଛନ୍ତି ।

ଉତ୍ତରାଖଣ୍ଡର ବିଶ୍ୱପ୍ରସିଦ୍ଧ ଚାରଧାମ ମଧ୍ୟରେ ସାମିଲ ଥିବା ଭଗବାନ ବଦ୍ରୀ ବିଶାଳଙ୍କ ପବିତ୍ର ଧାମ ବଦ୍ରୀନାଥ ମନ୍ଦିରର କପାଟ ଶୀତଋତୁ ପାଇଁ ବନ୍ଦ ହେବାକୁ ଯାଉଛି । କପାଟ ବନ୍ଦ କରିବାର ଧାର୍ମିକ ପ୍ରକ୍ରିୟା ଅନୁଯାୟୀ ଧାମରେ ପାଞ୍ଚ ଦିନିଆ ପଞ୍ଚପୂଜା ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍‌ରେ ସମସ୍ତ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ମନ୍ଦିରର କପାଟ ବନ୍ଦ କରାଯିବ । ଏହା ସହିତ ୨୦୨୬ ମସିହାର ଚାରଧାମ ଯାତ୍ରା ମଧ୍ୟ ଆନୁଷ୍ଠାନିକ ଭାବେ ଶେଷ ହେବ । ଏଠାରେ ଜାଣନ୍ତୁ ଦେଶର ୫ଟି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ।

ଆଜି ହରିଦ୍ୱାରରେ ପହଞ୍ଚିଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ, ଭଗବାନ ବର୍ଷରେ ଦୁଇଟି ସ୍ଥାନରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଗ୍ରୀଷ୍ମଋତୁରେ ଶ୍ରଦ୍ଧାଳୁମାନେ ମାଣା ଗାଁ ନିକଟରେ ଅବସ୍ଥିତ ବଦ୍ରୀନାଥ ଧାମରେ ଭଗବାନଙ୍କ ଦର୍ଶନ କରିଥାନ୍ତି । ଅନ୍ୟପକ୍ଷରେ, ଶୀତଋତୁରେ ଭଗବାନ ବଦ୍ରୀ ବିଶାଳ ଜ୍ୟୋତିର୍ମଠରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ସେପଟେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ଆସନ୍ତାକାଲି ହରିଦ୍ୱାରରୁ ବଦ୍ରୀନାଥ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ଧାର୍ମିକ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମନ୍ଦିରର କବାଟ ବନ୍ଦ ହେବାର ପ୍ରକ୍ରିୟାରେ ସାମିଲ ହେବେ।

Leave A Reply

Your email address will not be published.