ଓଜନ ନିୟନ୍ତ୍ରଣ କରେ ପୁଦିନା ଚା,ଜାଣନ୍ତୁ କେମିତି

0

ଭୁବନେଶ୍ୱର (ଆମ ଟିଭି):  ଆମେ ପ୍ରତି ଦିନ ଚା ପିଉଛନ୍ତି କାରଣ କାହାକୁ ଭଲ ଲାଗେ ବୋଲି ଆଉ କାହାକୁ ଆଭାସ ଥାଏ କିନ୍ତୁ ଆମେ ସମସ୍ତେ ଚା ପିଉଛନ୍ତି । ଯଦି ଆମେ ଚସହିତ ପୁଦିନା ଚା ପିଇବା ତାହାଲେ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ । ପୁଦିନାରେ କ୍ୟାଲୋରୀ କମ୍ ମାତ୍ରାରେ ରହିଥାଏ ଏବଂ ଏଥିରେ ପ୍ରୋଟିନ ମଧ୍ୟ କମ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ।

ପୁଦିନା ଚା’ ଦ୍ୱାରା ଓଜନ କମ କରାଯାଇପାରିବ। ଯଦି ଆପଣ ବି ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ତାହେଲେ ନିୟମିତ ସକାଳୁ ପୁଦିନା ଚା’ ସେବନ କରିପାରିବେ। ଏହାଦ୍ୱାରା ଫ୍ୟାଟ ବର୍ନ ହୋଇଥାଏ। ପୁଦିନା ଚା’ କେବଳ ଓଜନ କମ କରିବା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ।

ପୁଦିନାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ଅଛି। ଏଥିରେ ଆଇରନ, ପୋଟାସିୟମ, ମାଙ୍ଗାନିଜ, ଭିଟାମିନ-ଏ, ଭିଟାମିନ-ସି ଓ ବି-କମ୍ପ୍ଲେକ୍ସ ଭରପୁର ମାତ୍ରାରେ ରହିଛି ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସହାୟକ । ପୋଦିନା ଚା’ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ଏଥିରେ ଠିକ ପୋଷକ ତତ୍ୱ ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ସେବନ ଦ୍ୱାରା ସୁଗାର ଲେଭଲ ମଧ୍ୟ ନିୟନ୍ତ୍ରଣରେ ରହେ। ପୋଦିନାରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି, ଯାହା ବଦହଜମି ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

Leave A Reply

Your email address will not be published.