ମଣିଷ ଖାଇଲା ମଣିଷ ମାଂସ,କ୍ରୁରତାର ସବୁ ସୀମା ଟପିଲା ମଣିଷ

0

ତିରୁବନନ୍ତପୁରମ୍‌:ମଣିଷ କେତେ ଭୟଙ୍କର ହୋଇପାରେ ତାହାର କୌଣସି ସୀମା ନାହିଁ । ଅର୍ଥପ୍ରାପ୍ତି ନିମନ୍ତେ ୨ଜଣ ମହିଳାଙ୍କୁ ବଳି ପକାଇବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଜୁନ ମାସରେ ଏବଂ ଅନ୍ୟଜଣଙ୍କୁ ସେପ୍ଟେମ୍ବର ମାସରେ ବଳି ପକାଯାଇଥିବା ବେଳେ ଅଭିଯୁକ୍ତ ଦମ୍ପତି ମହିଳାଙ୍କ ମାଂସ ଖାଇଥିବା ସନ୍ଦେହ କରୁଛି ପୁଲିସ। ଏହି ଘଟଣାରେ ଏଯାବତ୍ ଖୁଲାସା ହୋଇଥିବା ସବୁଠାରୁ ଭୟଙ୍କର କଥା ହେଲା ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କ ଶରୀରକୁ ୫୬ଖଣ୍ଡ କରି କାଟିବା ସହ ଦୁଇ ଜଣଙ୍କ ସ୍ତନକୁ କାଟି ଦିଆଯାଇଥିଲା। ସ୍ତନ କାଟି ଦିଆଯାଇ ରକ୍ତସ୍ରାବ ହେବାକୁ ଦିଆଯାଇଥିଲା । ଅଭିଯୁକ୍ତ ଦମ୍ପତି ଭଗବାଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲା ଅର୍ଥ ଲାଭ ଆଶାରେ ୨ମହିଳାଙ୍କ ବଳି ଦେଇଥିବା ଜଣାପଡ଼ିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାଫି ପର୍ଣ୍ଣ ଫିଲ୍ମରେ କାମ ଦେଇ ଅର୍ଥ ଲାଭର ଲୋଭ ଦେଖାଇ ୨ପୀଡ଼ିତ ମହିଳାଙ୍କୁ ଭଗବାଲ ସିଂଙ୍କ ପାଖକୁ ଆଣିଥିଲେ ବୋଲି କହିଛି ପୁଲିସ।

ପୁଲିସର କହିବା ମୁତାବକ, ଏହି ପୂରା ଘଟଣାର ମାଷ୍ଟରମାଇଣ୍ଡ ହେଉଛି ସାଫି। ୭୫ବର୍ଷୀୟ ବୃଦ୍ଧାଙ୍କ ସହ ଯୌନ ଅସଦାଚରଣ କରି ସେ ଜେଲରେ ଥିବା ବେଳେ ୨୦୨୦ରେ ଜାମିନ ପାଇଥିଲା। ଜେଲରୁ ବାହାରିବା ପରେ ତାର ନଜର ପଡ଼ିଥିଲା ୨ପୀଡ଼ିତା ମହିଳା ରୋଜାଲିନ ଓ ପଦ୍ମାଙ୍କ ଉପରେ । ପର୍ଣ୍ଣ ଫିଲ୍ମରେ କାମ ଜରିଆରେ ଟଙ୍କା ରୋଜଗାରର ପ୍ରଲୋଭନ ଦେଖାଇ ସାଫି ସେମାନଙ୍କୁ ଭଗବାଲ ସିଂଙ୍କ ପାଖକୁ ଆଣିଥିଲା। ପରେ ସେମାନଙ୍କୁ ବାନ୍ଧି ପକାଇ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଅନ୍ୟପକ୍ଷରେ, ୨ମହିଳାଙ୍କ ବଳି ଦେଲେ ସମ୍ପତ୍ତି ବଢ଼ିବ ବୋଲି ଭଗବାଲ ସିଂ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ଲୋଭ ଦେଖାଇଥିଲା ସାଫି। ପରେ ଆର୍ଥିକ ଦୁର୍ଗତିର ଅବସାନ ନିମନ୍ତେ ନରବଳି ଦେବା ଉଦ୍ଦେଶ୍ୟରେ ରୋଜ୍‌ଲିନ୍‌ ଓ ପଦ୍ମାଙ୍କୁ ହତ୍ୟା କରାଯାଇଥିଲା। ରୋଜ୍‌ଲିନ୍‌ ଜୁନ୍‌ ଓ ପଦ୍ମା ସେପ୍ଟେମ୍ବରରେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ।

Leave A Reply

Your email address will not be published.